pakka

ନିର୍ମାଣାଧୀନ ସିଏନ୍‌ଆଇ ଚର୍ଚ୍ଚ ପରିଦର୍ଶନ କଲେ ଅର୍କେଶ ସିଂହଦେଓ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବରିଷ୍ଠ ବ୍ୟକ୍ତିବିଶେଷ ମାନଙ୍କ ଅନୁରୋଧ କ୍ରମେ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ସିଏନଆଇ ଚର୍ଚ୍ଚକୁ ପରିଦର୍ଶନ କରିଛନ୍ତି । ରାଜ୍ୟରେ ବିଭିନ୍ନ ଧର୍ମାନୁଷ୍ଠାନ ମାନଙ୍କର ନିର୍ମାଣ, ବିକାଶ ତଥା ସୌନ୍ଦର୍ଯ୍ୟକରଣ ପାଇଁ ଗତ ଫେବୃୟାରୀ ମାସ ୨୮ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୩ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ । ବଲାଙ୍ଗିର ମିଶନ ପଡିଆ ନିକଟସ୍ଥ ସିଏନଆଇ ଚର୍ଚ୍ଚ ଅଞ୍ଚଳର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଐତିହ୍ୟସମ୍ପନ ପରିଚୟ ହୋଇଥିବା ବେଳେ ସରକାରୀ ତାଲିକାରେ ଚର୍ଚ୍ଚର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ଏହି ଚର୍ଚ୍ଚକୁ ସାମିଲ କରାଯାଇଥିଲା । ଏହି ଚର୍ଚ୍ଚର ଉନ୍ନତି ପାଇଁ ପ୍ରାୟ ୧ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇ ଏଠାରେ ଏକ ନୂତନ ଚର୍ଚ୍ଚ ନିର୍ମାଣ ପାଇଁ ପୁର୍ତ୍ତ ବିଭାଗ ତରଫରୁ କାର୍ୟ୍ୟ ଆରମ୍ଭ ହୋଇଛି । ଯୁବନେତା ଅର୍କେଶ ଆଜି ଏହି ନିର୍ମାଣାଧୀନ ପ୍ରକଳ୍ପ ପରିଦର୍ଶନ କରି ଏହାର ଅଗ୍ରଗତି ସମ୍ପର୍କରେ ସିଏନଆଇ ଚର୍ଚ୍ଚ ନିର୍ମାଣ କମିଟିର ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ । ଆଜିର ଏହି ପରିଦର୍ଶନ ସମୟରେ ଚର୍ଚ୍ଚ କମିଟି ସଦସ୍ୟ ପ୍ରମୋଦ ବାରିକ, ନରେଶ ମାଥ୍ୟୁସ, ଆଦାମ ଇସମାଇଲ, ଅନୂ ଛତ୍ରିଆ, ଜ୍ୟୋତିରାଜ ନାଗ, ସରୋଜ ଛତ୍ରିଆ, ଏନ୍‌ ଗେବିରିଆଲ ଜେମ୍ସ, ଗାମାଲିୟାଲ ନାଗ, ରାଜୁ ବାଗ, ସାରଦା ନାଗ, ଭଞ୍ଜ କିଶୋର ନାଗ, ପ୍ରମୋଦ ବାଗ ପ୍ରମୁଖ ଉପସ୍ଥିତ ରହି ନିର୍ମାଣାଧୀନ ଚର୍ଚ୍ଚର ଅବସ୍ଥା ଉପରେ ସବିଶେଷ ଆଲୋଚନା କରିଥିବା ବେଳେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମହାନ୍ତି, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ଜିଲ୍ଲା ଆଇଟି ସଂଯୋଜକ ବିଭୂତି ଭୂଷଣ ମିଶ୍ର, ଉମେଶ ପଣ୍ଡା ପ୍ରମୁଖ ଯୁବନେତା ଅର୍କେଶଙ୍କ ସହ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

ten + 15 =