pakka

ମଧୁମେହ ରୋଗୀଙ୍କ ପାଇଁ କିଛି ନିହାତି ଜାଣିବା କଥା

ମଧୁମେହ ରୋଗୀ ମାନେ କିଛି ଦିଗ ପ୍ରତି ସତର୍କତା ଅବଲମ୍ବନ କଲେ, ସେମାନେ ସୁସ୍ଥ ରହିବାର ଅନେକ ସମ୍ଭାବନା ରହିଥାଏ । ଆସନ୍ତା ଏ ସଂପର୍କରେ ଆଜି ଆଲୋଚନା କରିବା । ମଧୁମେହ ରୋଗୀ ନିତିଦିନିଆ ଜୀବନ ଯାପନରେ ଶୃଙ୍ଖଳା ରକ୍ଷା କରିବା ଏକାନ୍ତ ଆବଶ୍ୟକ । ଉଚିତ ମାତ୍ରାରେ ଠିକ୍‌ ସମୟରେ ଖାଇବା, ଠିକ୍‌ ସମୟରେ ଶୋଇବା ଓ ଆବଶ୍ୟକତାନୁସାରେ ନିୟମିତ ଭାବେ ବ୍ୟାୟାମ କରିବା ଏକାନ୍ତ ଅପରିହାର୍ଯ୍ୟ ।

ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ନିଜ ଦେହରେ ସୁଗାର୍‌ ଲେବେଲ୍‌ କେତେ ଅଛି, ତାହା ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଟେଷ୍ଟିଂ କରାଇବା ଉଚିତ । ଏହାଦ୍ୱାରା ଔଷଧର ମାତ୍ରା ତଥା ଖାଦ୍ୟପେୟର ପ୍ରଭାବ ସଂପର୍କରେ ଜାଣିହୁଏ । ଏହି ଟେଷ୍ଟିଂ ରିପୋର୍ଟକୁ ଆଧାର କରି ଚିକିତ୍ସକ ଔଷଧର ମାତ୍ରା ବଢ଼ାଇବା ବା କମାଇବା ଉପରେ ପଦକ୍ଷେପ ନେଇଥାନ୍ତି ।

ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଆଯିବା ନିହାତି ଦରକାର । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଦ୍ୟପେୟର ଚାର୍ଟ ପ୍ରସ୍ତୁତ କରି ଠିକ୍‌ ସମୟ ବ୍ୟବଧାରେ ଖାଦ୍ୟପେୟ ଗ୍ରହଣ କରିବା ବିଧେୟ ।

ଅଯଥା ମାନସିକ ଅବସାଦରୁ ନିଜକୁ ମୁକ୍ତ ରଖିବା ଏକାନ୍ତ ଆବଶ୍ୟକ । ଏହାଫଳରେ ମଧୁମେହ ରୋଗୀଙ୍କ ଉପରେ ବିଶେଷ ପ୍ରଭାବ ପଡ଼ିଥାଏ । ଆଧ୍ୟାତ୍ମିକ ଚିନ୍ତନ ତଥା ଯୋଗ, ପ୍ରାଣାୟାମ୍‌ ମଧୁମେହ ରୋଗୀଙ୍କ ପାଇଁ ବିଶେଷ ଲାଭଦାୟକ ପ୍ରମାଣିତ ହୋଇଛି ।

ମଧୁମେହ ରୋଗ ପାଇଁ ଭୟଭୀତ ହୁଅନ୍ତୁ ନାହିଁ । ରୋଗର ଆଶଙ୍କା ଓ ଭୟ ରୋଗୀ ପାଇଁ ବିପଦ ସୃଷ୍ଟି କରେ । ନିର୍ଭିକ ରୁହନ୍ତୁ । ଉଚିତ୍‌ ସମୟରେ ଔଷଧ ସେବନ କରନ୍ତୁ । ଖାଦ୍ୟପେୟ ଗ୍ରହଣରେ ଶୃଙ୍ଖଳା ଅବଲମ୍ବନ କରନ୍ତୁ । ଶାରୀରିକ ବ୍ୟାୟାମ ପ୍ରତି ଧ୍ୟାନ ଦିଅନ୍ତୁ ।

Leave A Reply

Your email address will not be published.

four × 1 =