jayashree

ଜାମଖୁଣ୍ଟାରେ ତୁରେକେଲା କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ତୁରେକେଲା କ୍ଲଷ୍ଟରର ସୁରଭି କାର୍ଯ୍ୟକ୍ରମ ଜାମଖୁଣ୍ଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ତୁରେକେଲା କ୍ଲଷ୍ଟରର ସିଆରସିସି ଦୀପକ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ କାହ୍ନୁଚରଣ ନାୟକ ମୁଖ୍ୟ ଅତିଥି ଏବଂ ଏବିଇଓ କୈଳାଶ ଚନ୍ଦ୍ର ଭୋଇ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଜାମଖୁଣ୍ଟା ସରପଞ୍ଚ ଉଦ୍ଧବ ବେହେରା, ସମିତି ସଭ୍ୟ ଦ୍ରୋଣସେନ ବେହେରା, ଗନ୍ଧର୍ଲା ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ ଜାଲ, ଗନ୍ଧର୍ଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନୁପ କୁମାର ବାଗ, ପ୍ରାଥମିକ ଶିକ୍ଷକ ସଂଘର ସଭାପତି କୋଶରାଜ ବେହେରା, ସମ୍ପାଦକ ଜୟନ୍ତୀଲାଲ ସାହୁ, ଶିକ୍ଷକ ଅକ୍ଷୟ ସାହୁ, କ୍ଷୀରସିନ୍ଧୁ ଭୋଇ, ଧନେଶ୍ୱର ବେହେରା, ମିତା ଭୋଇ, ଦେବାଶିଷ ମହାପାତ୍ର, ବିଦ୍ୟାଳୟ ସଭାପତି ମଣ୍ଟୁ ଟାଣି, ପୂର୍ବତନ ସରପଞ୍ଚ ଗୌରଲାଲ ମହାନନ୍ଦ, କ୍ଷମାସାଗର ରଣା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଠଣସୁନ୍ଦର ତାଣ୍ଡିଙ୍କ ସଭାପତିତ୍ୱରେ ସୁରଭି କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା, ଏହି ଉତ୍ସବରେ ଛାତ୍ରଛାତ୍ରୀମାନେ ନୃତ୍ୟ, ସଙ୍ଗୀତ, ବକ୍ତୃତା, ବିତର୍କ, ସାହିତ୍ୟ, କଳା ଓ ସଂସ୍କୃତି ସମେତ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ନିଜର ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିଥିଲେ । ସୁରଭି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, ଆତ୍ମବିଶ୍ୱାସ ଓ ପ୍ରତିଯୋଗିତାମୂଳକ ମନୋଭାବ ବୃଦ୍ଧି କରିବା ସହ ସେମାନଙ୍କ ପ୍ରତିଭା ବିକାଶରେ ସହାୟକ ହୋଇଥିଲା । ପ୍ରଧାନ ଶିକ୍ଷକ ଠଣସୁନ୍ଦର ତାଣ୍ଡି ମଞ୍ଚ ପରିଚାଳନା କରିଥିବା ବେଳେ ଯଶୋଦା ବାଗ, ଜ୍ୟୋତ୍ସ୍ନା ବାଗ, ମାଧବ ଝଙ୍କାର, ମହେନ୍ଦ୍ର ଭୋଇ, ପୂର୍ଣ୍ଣାନ୍ଦମ ରଣା, ଗୀତାଞ୍ଜଳି ଭୋଇ, କମଳେଇ ଭୋଇ, ଚିତ୍ରରେଖା ମହାନନ୍ଦ, ସଞ୍ଜୟ ବେହେରା, ଅନୁସୟା ରଣା, ହିମାଞ୍ଚଳ ବେହେରା, ଗୁଣନିଧି ଭୋଇ, ଅଜିତ ଜାଲ, ପୁରୋହିତ ଭୋଇ, ଭୀମସେନ ମାଝୀ, ଡିସେମ୍ବର ବେହେରା, କିରଣବାଳା ସ୍ୱାଇଁ, ଜ୍ୟୋତ୍ସ୍ନା ମାଝୀ ଓ ତପସ୍ୱିନୀ ଦାସଙ୍କ ସମେତ ବହୁ ଶିକ୍ଷକ-ଶିକ୍ଷୟିତ୍ରୀ, ଶିକ୍ଷାବିତ ଓ ଜନ ପ୍ରତିନିଧି ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ ।

Leave A Reply

Your email address will not be published.