jayashree

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ‘WHY I STAND FOR’ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛାତ୍ର ସଂସଦ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ବଲାଙ୍ଗିରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ । ଆସନ୍ତାକାଲି ହେବ ଛାତ୍ର ସଂସଦ ନିର୍ବାଚନ । ଏହା ପୂର୍ବରୁ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି ‘WHY I STAND FOR’ କାର୍ଯ୍ୟକ୍ରମ । ଏହି ମଞ୍ଚରେ ନିଜ ନିଜର ଲକ୍ଷ୍ୟ, ଯୋଜନା ଓ ପ୍ରତିଶୃତି ରଖିଛନ୍ତି ପ୍ରାର୍ଥୀମାନେ । ପ୍ରଚାର ଶେଷ ହେବା ପରେ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢ଼ିଛି ଉତ୍ସାହ । ଏହି ପରିପ୍ରେକ୍ଷୀରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା ‘WHY I STAND FOR’ କାର୍ଯ୍ୟକ୍ରମ । ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ନିଜ ନିଜର ମତ ରଖିବା ସହ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ, ଶିକ୍ଷାନୁଷ୍ଠାନର ବିକାଶ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ନିଜର ପ୍ରତିଶୃତି ଉପସ୍ଥାପନ କରିଥିଲେ । ଆସନ୍ତାକାଲି ମତଦାନ ହେବାକୁ ଥିବାରୁ ପ୍ରାର୍ଥୀଙ୍କ ଏହି ମତ ଓ ପ୍ରତିଶୃତି ଭୋଟରଙ୍କ ଉପରେ କେତେ ପ୍ରଭାବ ପକାଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର । ପ୍ରଚାର ଶେଷ, ଏବେ ଅପେକ୍ଷା ମତଦାନକୁ । ପ୍ରାର୍ଥୀଙ୍କ ପ୍ରତିଶୃତି ଓ ଛାତ୍ରଛାତ୍ରୀଙ୍କ ଆଶା ଭିତରେ ଆସନ୍ତାକାଲି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ହେବ ଛାତ୍ର ସଂସଦ ନିର୍ବାଚନ । କିଏ ହାତେଇବ ଛାତ୍ର ପ୍ରତିନିଧିତ୍ୱର ଦାୟିତ୍ୱ ? ତାହା ଜଣାପଡ଼ିବ ନିର୍ବାଚନ ଫଳାଫଳ ପରେ ।

Leave A Reply

Your email address will not be published.