pakka

ସୁବର୍ଣ୍ଣପୁର ଠାରେ ଏ ବର୍ଷର ନୂଆଁଖାଇ ଲଗ୍ନ ସ୍ଥିର ହେଲା

bbehera

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଗଣପର୍ବ ନୂଆଁଖାଇ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ ଜିଲ୍ଲାର ପଂଚରା ଅଂଚଳ ସକାଶେ ଆଜି ସୁବର୍ଣ୍ଣପୁର ଠାରେ ଲଗ୍ନ ସ୍ଥିର ହୋଇଛି । ସୁବର୍ଣ୍ଣପୁର ରାଜବାଟୀ ପରିସରରେ ଥିବା ଜଗନ୍ନାଥ ମନ୍ଦିରର ମୁକ୍ତିମଣ୍ଡପଠାରେ ଆୟୋଜିତ ପଣ୍ଡିତ ମହାସଭାରେ ଏବର୍ଷର ନୂଆଁଖାଇ ଲଗ୍ନ ସ୍ଥିର ହୋଇଛି । ଜ୍ୟୋତିର୍ବିଦ୍ ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍‌ତ୍ୱରେ ୭ଜଣିଆ ପଣ୍ଡିତ ମଣ୍ଡଳୀ ଚଳିତ ନୂଆଁଖାଇ ପାଇଁ ଆସନ୍ତା ତା.୧୧/୦୯/ ୨୦୨୧ (ଶନିବାର) ଭାଦ୍ରବ ଶୁକ୍ଲପକ୍ଷ ଋଷି ପଂଚମୀ ତିଥିର ବିଶୁଦ୍ଧ ତୁଳା ଲଗ୍ନେ ମିଥୁନ ନବାଂଶେ ଅମୃତବେଳା ପୂର୍ବାହ୍ନ ୧୦ଘଣ୍ଟା ୧୮ମିନିଟରୁ ୧୦ଘଣ୍ଟା ୩୦ମିନିଟ୍ ମଧ୍ୟେ ଲଗ୍ନଧାର୍ଯ୍ୟ କରିଛନ୍ତି । ଏହି ଲଗ୍ନ ମତେ ଅଧୀଷ୍ଠାତ୍ରୀ ଦେବୀ ସୁରେଶ୍‌ଶ୍ୱରୀଙ୍କ ପାଖରେ ପାହୁର୍ ଭୋଗଲାଗି ପରେ ସମଗ୍ର ସୁବର୍ଣ୍ଣପୁର ଗଡଜାତ ଅଂଚଳ ତଥା ବୌଦ୍ଧ ଜିଲ୍ଲାର ପଂଚରା ଅଂଚଳରେ ଲୋକେ ନିଜ ନିଜର ଇଷ୍ଟ ଦେବାଦେବୀଙ୍କ ପାଖରେ ନବାନ୍ନ ଭୋଗ ସମର୍ପଣ କରି ସାରିଲା ପରେ ନବାନ୍ନ ଭକ୍ଷଣ କରିବେ । ରାଜ ରାଜୁଡା ଅମଳରୁ ପ୍ରତିବର୍ଷ ନନ୍ଦୋତ୍ସବର ଅପରାହ୍ନରେ ସୁବର୍ଣ୍ଣପୁରର ଜଗନ୍ନାଥ ମନ୍ଦିରରେ ଏହି ପାରମ୍ପାରିକ ଲଗ୍ନଧାର୍ଯ୍ୟ ପାଇଁ ପଣ୍ଡିତ ସଭା ହୋଇଆସୁଛି ।

Leave A Reply

Your email address will not be published.

eleven + eight =