pakka

ବୌଦ୍ଧ ଏନ୍‌ଏସି ପକ୍ଷରୁ ୫୯ତମ ସ୍ଵାୟତ୍ତ ଶାସନ ଦିବସ ପାଳିତ

bbehera
  • ବୌଦ୍ଧ ସହରକୁ ଆବର୍ଜନା ମୁକ୍ତ କରିବା ପାଇଁ ଶ୍ରୀଯୁକ୍ତ ଅମାତଙ୍କ ଆହ୍ଵାନ

ବୌଦ୍ଧ,(ବଂଶୀଧର ମାଝୀ) : ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୫୯ତମ ସ୍ଵାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଉପଲକ୍ଷେ ପ୍ରାତଃ ଘ. ୪. ୩୦ମି. ସମୟରେ ଡାକବାଦି ଯନ୍ତ୍ର ଯୋଗେ ରାମଧୂନ ପରିବେଷଣ ପୂର୍ବକ ସହର ପରିକ୍ରମା କରାଯାଇଥିଲା । ପରେ ସକାଳ ଘ. ୮ ସମୟରେ ଦିବସର ଅତିଥି ମାନଙ୍କ ଦ୍ଵାରା ଜାତିର ପିତା ମହାତ୍ମା ଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ଡା. ଭୀମରାଓ ଆମ୍ବେଦକର, ସ୍ଵଭାବ କବି ଗଙ୍ଗାଧର ମେହେର, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ନଟବର ପ୍ରଧାନଙ୍କ ପ୍ରତିମୂର୍ତ୍ତୀରେ ସାମୁହିକ ମାଲ୍ୟାର୍ପଣ ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ସକାଳ ଘ. ୯ ସମୟରେ ଦିବସର ମୁଖ୍ୟ ଅତିଥିଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ପରିଷଦର କର୍ମଚାରୀମାନଙ୍କୁ ପୁରସ୍କାର ବିତରଣ କରି ତାଙ୍କ ବକ୍ତବ୍ୟରେ ପରିମଳ କର୍ମଚାରୀମାନେ କରୋନା ମହାମାରୀ ସମୟରେ ନିଜର ଗୁରୁତ୍ଵପୂର୍ଣ ଭୂମିକା ସଠିକ ଭାବେ ତୁଲାଇଥିବାରୁ ସେମାନେ ପ୍ରଶଂସାର ପାତ୍ର ବୋଲି ମତ ଦେବା ସହ ସେମାଙ୍କୁ କୃତଜ୍ଞତା ଜଣାଇଥିଲେ ଓ ବୌଦ୍ଧ ସହରକୁ ଆବର୍ଜନା ମୁକ୍ତ କରିବା ପାଇଁ ସେ ବୌଦ୍ଧବାସୀଙ୍କୁ ଆହ୍ଵାନ କରିଥିଲେ ।

ଏହି ଅବସରରେ ସକାଳ ଘ. ୧୦ ସମୟରେ ଅତିଥିମାନଙ୍କ ଦ୍ଵାରା ଜରି ଖଣ୍ଡି ଭେଣ୍ଡିଙ୍ଗ ଜୋନର ଶୁଭ ଉଦ୍ଧଘାଟନ ପରେ ପରେ ଜରି ଖଣ୍ଡି (ଗଡଖାଇ)ର ପୁନରୁଦ୍ଧାର, ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଶେଷରେ ଏନଏସି ଛକ ଓ ଜାମୁ ଛକ ଠାରେ ଟ୍ରାଫିକ ପୋଷ୍ଟର ଶୁଭ ଉଦଘାଟନୀ ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବିଧାୟକ ପ୍ରଦୀପ କୁମାର ଅମାତ, ସମ୍ମାନିତ ଅତିଥିଭାବେ ଜିଲ୍ଲାପାଳ ବୌଦ୍ଧ ଲଳାଟେନ୍ଦୁ ମିଶ୍ର, ପ୍ରକଳ୍ପ ନିର୍ଦେଶିକା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଶ୍ରୀମତୀ ବବିତା ରାଣୀ ଦଳବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡାଙ୍କ ଦ୍ଵାରା ଏହି ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ଅନୁଷ୍ଠିତ ହୋଇଯାଇଅଛି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂହ, ଆର୍କିଟେକଚର ସୁମନ ଷଡଙ୍ଗୀ, ଜେ.ଇ.ଏନ.ସି. ପ୍ରବିତ୍ର ମୋହନ ପ୍ରଧାନ, ହିସାବ ରକ୍ଷକ ଓମ ପ୍ରକାଶ ବରିହା, ଟିକସ ଅସୁଲକାରୀ ପ୍ରଫୁଲ୍ଲ ପଟ୍ଟନାୟକ ଏବଂ ଏନ୍‌ଏସିର କର୍ମଚାରୀ ବୃନ୍ଦ, ବୁଦ୍ଧିଜୀବୀ ଏବଂ ସାମ୍ବାଦିକମାନେ ଯୋଗ ଦେଇଥିଲେ । ଦିବା ଘ. ୧୨. ୧୫ ମିନିଟ ସମୟରେ ଶାରୀରିକ ଭିନ୍ନକ୍ଷମ ସ୍କୁଲରେ ପରିଷଦ ପକ୍ଷରୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.

four × three =