pakka

ଯାଦବ ବଂଶଧରଙ୍କ ପାରମ୍ପରିକ ନନ୍ଦୋତ୍ସବ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଚାଁଇପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେହେରା ସାହି ଯାଦବ ବଂଶଧରମାନେ ପାରଂପାରିକ ଭାବେ ଆଜି ନନ୍ଦୋତ୍ସୋବ ପାଳନ କରିଥିଲେ । ସତେ ଯେମିତି ଗୋପପୁର ଶ୍ରୀକୃଷ୍ଣଙ୍କ ଆଗମନରେ ଆନନ୍ଦ ଉଲ୍ଲାସରେ ଝଲସିଥିଲା ଚାଁଇପୁର ମୌଜା । ତେବେ କାଳକ୍ରମେ ଏହି ଲୋକ ସଂସ୍କୃତି ଲୋପ ପାଇବାକୁ ବସିଥିବା ବେଳେ ଚାଁଇପୁର ମୌଜାରେ ଏହାକୁ ଉଜ୍ଜୀବିତ ରଖି ଏକ ନିଆରା ଢଙ୍ଗରେ ପାଳନ କରିଥାନ୍ତି । ଚଳିତ ବର୍ଷ ଏହି ଗ୍ରାମର ଉଦ୍ୟକ୍ତା ଯୁବକମାନେ ସ୍ଥାନୀୟ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡାଙ୍କୁ ନିମନ୍ତ୍ରଣ କରି ଏହି ଉତ୍ସବକୁ କୋଭିଡ୍ ଗାଇଡଲାଇନ୍ ଅନୁସାରେ ଗ୍ରାମ ପରିକ୍ରମା କରିଥିଲେ । ଏଥିରେ ନନ୍ଦରାଜା, ଜସୋଦା ରାଣୀ, କୃଷ୍ଣ ବଳରାମ ବେଶରେ ସୁସଜିତ ହୋଇ ଢୋଲବାଜା, ମହୁରୀ ମାଧ୍ୟମରେ ନାଚି ନାଚି ଲୁଣାନଦୀରେ କୂଳକୁ ଯାଇ ସେଠାରେ ଯମୁନା ସ୍ନାନ କରିଥିଲେ । ଗ୍ରାମର ପାଇକ ମାନେ ଲଉଡିବାଡି ଖେଳ ଖେଳିଥିଲେ । ଚାଇଁପୁର ମୋଠାରେ ଖୁସିର ଲହରୀ ଖେଳିଯାଇଥିଲା । ସେଠାରେ ମଧ୍ୟ ସରପଞ୍ଚ ଓ ତାଙ୍କ ବଡଭାଇ ରମେଶ ପରିଡା ସହିତ ବାଡିଖେଳ ଖେଳିଥିଲେ । ଏହି ଉତ୍ସବର ଆୟୋଜକ ମାନଙ୍କ ମଧ୍ୟରେ ଗଙ୍ଗାଧର ବେହେରା, ତ୍ରିନାଥ ମାଣ୍ଡିଆ, ରମେଶ ମାଣ୍ଡିଆ, ଜୟକୃଷ୍ଣ ବେହେରା, ବିଶ୍ୱନାଥ ମାଣ୍ଡିଆ, ଦିବାକର ବେହେରା ପ୍ରମୁଖ ଦାୟିତ୍ୱ ନେଇଥିବା ବେଳେ ଛାତ୍ର ନେତା ରଘୁନାଥ ନାୟକ ଓ ବିକାଶ ବେହେରା ପରିଚାଳନା କରିଥିଲେ ।

Leave A Reply

Your email address will not be published.

19 + nineteen =