pakka

ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌

bbehera
  • ମା’ ମାଟିର ପର୍ବ ନୂଆଁଖାଇ ଏ ଅଂଚଳର ଅସ୍ମିତା- ଜିଲ୍ଲାପାଳ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ସ୍ଥାନୀୟ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଆଜି ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌- ୨୦୨୨ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ଯୋଗଦାନ କରି ନୂଆଁଖାଇ ଭେଟ୍‌ଘାଟ୍‌ ଅବସରରେ ଉପସ୍ଥିତ ସମସ୍ତ ଅତିଥି ଓ କଳାକାର ତଥା ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ନୂଆଁଖାଇ ପଶ୍ଚିମ ଓଡିଶାବାସୀଙ୍କ କେବଳ ପର୍ବ ନୁହେଁ ଏହା ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ ବୋଲି ସେ କହିଥିଲେ । ଅନ୍ୟତମ ଅତିଥି ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ନୂଆଁଖାଇ ଜୁହାର ଜଣାଇ ବକ୍ତବ୍ୟରେ ସଂସ୍କୃତି ଓ ପରମ୍ପରାର ମହନୀୟତା ଉପରେ ଆଲୋକପାତ କରିଥିଲେ । ଅନ୍ୟାନ୍ୟ ମଂଚାସୀନ ଅତିଥି ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ, ଓଡିଶା ସଂଗୀତ ନାଟକ ଏକାଡେମୀର ସଦସ୍ୟ ଶାଶ୍ୱତ ତ୍ରିପାଠୀ, ଜିଲ୍ଲା କଳାକାର ସଂଘ ଉପସଭାପତି ମାନ ଭଞ୍ଜନ ମିଶ୍ର ପ୍ରମୁଖ ନୂଆଁଖାଇ ଭେଟ୍‌ଘାଟ୍‌ର ତାତ୍ପର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ସମାରୋହ ଅବସରରେ ଜିଲ୍ଲାର ପ୍ରତିଷ୍ଠିତ କଳାକାର ଓ କଳାକାର ସଂଘ ପ୍ରମୁଖ ଯଥା ଟ୍ରେଣ୍ଡି ଏକାଡେମୀ, ରୁମ୍‌କୁଝୁମାନା, ଉଲୁଣ୍ଡା ବ୍ଲକର କରମସାନୀ, ସହରୀପାଲିର ପତର ସଉଁରା ଏବଂ କୁନି କଳାକାର ଅଂଶିକା ମିଶ୍ର ପ୍ରଭୃତି ସଂସ୍କୃତି ସମ୍ପନ୍ନ ଲୋକଗୀତ ଓ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ବିଦ୍ୟାପତି ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

eighteen − 2 =