pakka

ପାଇକମାଲ ହାଇସ୍କୁଲରେ ଗୁରୁ ପୂଜା ସହ ସମ୍ବର୍ଦ୍ଧନା ଉତ୍ସବ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଗୁରୁ ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ ସହ ତ୍ରିଲୋଚନ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ସହ ଗୋଷ୍ଠୀ ଅଧିକାରୀ ଶିବ ପ୍ରସାଦ ଯୋଶୀ ଯୋଗଦେଇ ଡ. ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଫଟୋଚିତ୍ର ମାଲ୍ୟାର୍ପଣ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ବିଦ୍ୟାଳୟର ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଅନୀଲ କୁମାର କାଲିଆ, ବିଶ୍ୱନାଥ ସାହୁ, ସୁବାଷ ସାହୁ, ପୂର୍ଣ୍ଣରାମ ସା, ଶରତ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଗୁରୁ ପୂଜା ସହ ସମ୍ବର୍ଦ୍ଧନା କରିଥିଲେ । ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ ପାଣିଗ୍ରାହୀ, ପ୍ରଫୁଲ୍ଲ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ ପାଣିଗ୍ରାହୀଙ୍କ ବାପା ସ୍ୱର୍ଗତ ଲେଖକ ଓ ସାହିତ୍ୟ ହଟ କିଶୋର ପାଣିଗ୍ରାହୀଙ୍କ ରଚିତ ୩ଟି ପୁସ୍ତକ ବିଦ୍ୟାଳୟ ପାଠାଗାରକୁ ପ୍ରଦାନ କରିଥିଲେ । ଶେଷରେ ଜ୍ୟୋତିର୍ମୟୀ ପଟ୍ଟନାୟକ ସଭା ସମାପ୍ତ ସମୟରେ ଧନ୍ୟବାଦ ପ୍ରଦାନ କରିଥିଲେ । ସୁକାମ ପାଣ୍ତେ, ଲଳିତ ବିଶ୍ୱଳ, ଅମିତ ସାହୁ, ରୂପାୟନ ସାହୁ, ରୂପକ ସାହୁ, ସ୍ୱାଧୀନ ବେହେରା ସମଗ୍ର କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

19 + 8 =