pakka

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ

bbehera
  • ଖଲିଆପାଲି ଏଚ୍‌.ଆର, ଡିଏଫ୍‌ଏ ବଲାଙ୍ଗିର, ରେଙ୍ଗଟାସିଲ, କୁସମେଲ, କୁରୁଲ, ଧଣ୍ଡାମୁଣ୍ଡା, ହଳଦି ଜେ.ଏମ୍‌ ଓ ଭୁତିଆରବାହାଲ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ପଲ୍ଲିଶ୍ରୀ ଷ୍ଟଡିୟମ ସଦାଇପାଲି ଠାରେ କୁସମେଲ ୪-୧ ଗୋଲରେ ବିଡିଘାଟକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ କ୍ରିଡା ସଂସଦ ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର ଓ କ୍ରୀଡା ସଂଗଠକ ପ୍ରଦୀପ କୁମାର ମିଶ୍ର ଯୋଗ ଦେଇଥିଲେ । ରେଫରି ସଂଜିବ ମହାରଣା, ସୁଧାଂଶୁ ସେଠ, ସୁଦର୍ଶନ ସେଠ ଓ ନିସାରକାନ୍ତ ନାଗ ଖେଳ ପରିଚାଳନା କରିଥିଲେ । ମିଶନ ପଡିଆରେ ଡିଏଫ୍‌ଏ ବଲାଙ୍ଗିର ୪-୧ ଗୋଲରେ କରେଲଧୁଆକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବରେ ସୁପ୍ରିମଟାକ୍ସ ନିର୍ଦ୍ଦେଶକ ଅଜିତ କୁମାର ପାଲ ଯୋଗ ଦେଇଥିଲେ । ରେଫରି ସୁଶାନ୍ତ ନାଗ, ଦେବାଶିଷ ବାଗ, ଖଲିଲଉର ରହମାନ ଓ ରୂପେଶ ନାଗ ଖେଳକୁ ପରିଚାଳନା କରିଥିଲେ । ଲୋଇସିଂହା ଷ୍ଟାଡିୟମରେ ଅନୁଷ୍ଠିତ ଖେଳରେ ଏଚ୍‌ଆରଡିଏ ଖଲିଆପାଲି ୧-୦ ଗୋଲରେ ମନହିରାକୁ ହରାଇ ବିଜୟୀ ହୋଇଥିବା ବେଳେ ଅତିଥି ଭାବେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତିନ୍ଦ୍ର ପଟେଲ ଯୋଗ ଦେଇଥିଲେ । ରେଫରି ଭାବରେ କରୁଣାକର ପ୍ରଧାନ, ବିଜୟ କୁମାର ରଣା, ଜିତେନ୍ଦ୍ର ପାତ୍ର ଓ ଅର୍ଜନ ଭେସ୍ରା ଦାୟିତ୍ୱ ତୁଳାଇଥିଲେ । ଖପ୍ରାଖୋଲ ପଡିଆରେ ଧଣ୍ଡାମୁଣ୍ଡା ୧-୦ ଗୋଲରେ ମହରାପଦରକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ପୂର୍ବତନ ଫୁଟବଲ ଖେଳାଳି ଜନାର୍ଦ୍ଦନ ସୁନା ଯୋଗ ଦେଇଥିଲେ । ରେଫରି ଦୀପକ ରାଜହଂସ, ଦୋଳଗୋବିନ୍ଦ ମୁଣ୍ଡା, ବିକି ବିଶି ଓ ଖିରସିନ୍ଧୁ ବେହେରା ଖେଳ ପରିଚାଳନା କରିଥିଲେ । ଚୁଡାପାଲି ପଡିଆରେ ରେଙ୍ଗଟାସିଲ ୭-୦ ଗୋଲରେ ମାୟାବର୍ହାକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ଚୁଡାପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ କୁଶଳେଶ୍ୱର ମିଶ୍ର ଯୋଗ ଦେଇଥିଲେ । ରେଫରି ଭାବେ ଜଳନ୍ଧର ସାହୁ, ମଣ୍ଟୁ ବେହେରା, ପୁରୁଷୋତ୍ତମ ବୁଡେକ ଓ ବୁଦ୍ଧଦେବ ନାଏକ ଦାୟିତ୍ୱ ତୁଳାଇଥିଲେ । ହଲଦି ପଡିଅରେ ହଳଦି ଜେଏମ୍‌ଡିବି ଟ୍ରାଇବ୍ରେକର ୫-୪ ଗୋଲରେ ବିଛୁବାହାଲିକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ କ୍ରୀଡା ସଂସଦର କାଉନସିଲ ସଦସ୍ୟ ବିଜୟ ବଂଶଲ ଓ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ପଟ୍ଟନାୟକ ଯୋଗଦେଇଥିଲେ । ରେଫରି ଭାବେ ପାଣ୍ଡବ ବିଶି, ଆଶିଷ ଦେବ ସା, ପ୍ରତାପ ଭୁକ୍ତା ଓ ଆଶୀର୍ବାଦ ସା ଦାୟିତ୍ୱ ତୁଳାଇଥିଲେ । ଖୁଜେନପାଲି ପଡିଆରେ କୁରୁଲ ୨-୧ ଗୋଲରେ କୁଦେଇପାଲିକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ବିକ୍ରମାନନ୍ଦ ବହିଦାର ଓ ଯୁଧିଷ୍ଟିର ସିଂଦେଓ ଯୋଗ ଦେଇଥିଲେ । ରେଫରି ଭାବେ ପ୍ରଫୁଲ୍ଲ କୁମାର ବଗର୍ତ୍ତି, ନରସିଂହ ସ୍ୱାମୀ ନାଇଡୁ, ଶ୍ରବଣ କୁମାର ବାଗ ଓ ସୁଦୟ କୁମାର ବାରିକ ଖେଳ ପରିଚାଳନା କରିଥିଲେ ।
ଜରାସିଂହା ପଡିଆରେ ଭୁତିଆରବାହଲ ୨-୦ ଗୋଲରେ ଅନ୍ତର୍ଲାକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବରେ ଦେଓଗାଁ ତହସିଲଦାର ଯୁଗଲ କିଶୋର ବିଶ୍ୱାଲ ଯୋଗ ଦେଇଥିଲେ । ରେଫରି ଭାବରେ ଲକ୍ଷ୍ମୀଧର ମହାନ୍ତି, ପ୍ରଶାନ୍ତ ଥନାପତି, କୈଳାସ ଚନ୍ଦ୍ର କର୍ତ୍ତି ଓ ସୁଶାନ୍ତ ଥନାପତି ଖେଳ ପରିଚାଳନା କରିଥିଲେ । ୭ ତାରିଖ ବୁଧବାର ଦିନ ତୁର୍ଲା ପଡିଆ (ଟିଟିଲାଗଡ), ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି, ଖୁଜେନପାଲି ପଡିଆ, ମିଶନ ପଡିଆ , ହଳଦି ପଡିଆ, ଜରାସିଂହା ପଡିଆ, ଲୋଇସିଂହା ଷ୍ଟାଡିୟମ, ଚୁଡାପାଲି ପଡିଆ ଓ ଖପ୍ରାଖୋଲ ପଡିଆରେ ଖେଳ ହେବ ବୋଲି କ୍ରୀଡା ସଂସଦ ପକ୍ଷରୁ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

eleven + 14 =