pakka

ଇସ୍ପାତ ନଗରୀରେ ଭକ୍ତି ଓ ଶ୍ରଦ୍ଧାରେ ପାଳିତ ହେଲା ଗୁରୁଦିବସ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନାଫୁଲ ସାହିତ୍ୟ ସଂସଦ ତରଫରୁ ଛେଣ୍ଡ ଧାମରା ସଂଘଠାରେ ଗୁରୁଦିବସ ପାଳନ ଅବସରରେ ଆଦର୍ଶ ଗୁରୁ ଗୌରବ ସମ୍ମାନ ପର୍ବ ପାଳିତ ହୋଇଯାଇଛି । ସଂସଦର ସଭାପତି ବିଜୟ କୁମାର ସାହୁଙ୍କ ସଭାପତିତ୍ୱ ଓ କୋଷାଧ୍ୟକ୍ଷ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ତତ୍ୱ ତଥା ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରିମ୍ସର ଅଧ୍ୟକ୍ଷା ନଳିନୀପ୍ରଭା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଉଦ୍‌ଘାଟକ ଓ ରାଜକୁମାର ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥୀଙ୍କୁ ଆଦର୍ଶ ଗୁରୁ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସମ୍ବର୍ଦ୍ଧିତ ବ୍ୟକ୍ତି ତଥା ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ଗୁରୁ ହେଉଛନ୍ତି ଅନ୍ଧାରରୁ ଆଲୋକକୁ ପଥ ଦେଖାଇବା । ସଂପ୍ରତି ପରିବାର ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସମନ୍ୱୟର ଆବଶ୍ୟକତା ରହିଛି । ଶିକ୍ଷା ହେଉଛି ମହାନ ଯୁଦ୍ଧ । ଏଣୁ ଶିକ୍ଷା ପ୍ରତି ସମସ୍ତଙ୍କର ପ୍ରତିବଦ୍ଧତା ରହିବା ଦରକାର । ଭାରତ ଭୋଗର ଦେଶ ନୁହେଁ ତ୍ୟାଗର ଦେଶ । ଏହା ସହ ସୁକ୍ଷ୍ମ ଗୁରୁ ଓ ସ୍ଥୁଳ ଗୁରୁ ସଂପର୍କରେ ଆଲୋଚନା କରିଥିଲେ । ସୁମିତ୍ରା ମିଶ୍ର ମାନପତ୍ର ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଚିତ୍ତରଞ୍ଜନ ବ୍ରହ୍ମାଙ୍କ ସଭାପତିତ୍ୱରେ କବି କୁଞ୍ଜବିହାରୀ ରାଉତ ଓ ଗୌତମ ଦାସଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ଗୀତାରାଣୀ ବେହେରା, ପ୍ରଫୁଲ୍ଲ ସାମଲ, ଅକ୍ଷୟ ଧଳ, ମିତା ପ୍ରଧାନ, ରଶ୍ମିବାଳା ରାଉତରାୟ, ମଞ୍ଜୁଳା ରଥ, ସୁଶ୍ରୀ ସଂଗୀତା ଦାଶ, ହରିହର ବେହେରା, ଡଲିରାଣୀ ବ୍ରହ୍ମା, ମମତା ଜେନା, ସୁମିତ୍ରା ମିଶ୍ର, ନିରଞ୍ଜନ କରଣ, ବିଜୟିନୀ ଜେନା, ନିରୁପମା ପତି, ବିଜୟ ସାହୁ, ସୁଶାନ୍ତ କୁମାର ନାୟକ, କୁଞ୍ଜବିହାରୀ ରାଉତ ପ୍ରମୁଖ କବିତା ପାଠ କରିଥିଲେ । ପ୍ରାରମ୍ଭରେ ସ୍ନେହଲତା ନାୟକ ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ ସଭାପତି ସଭାପତିତ୍ୱ ଅଭିଭାଷଣ ସହ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ।ଉପଦେଷ୍ଟା ଅନିଲ କୁମାର ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଉପସଭାପତି ରମେଶ ଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ ସୁନିଲ୍ ମହାନ୍ତିଙ୍କ ସମେତ ବହୁ ବୁଦ୍ଧିଜୀବୀ ସାହିତ୍ୟିକ କବି ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

six − 4 =