pakka

ସଂସ୍କୃତିର ସ୍ରୋତରେ ନୂଆଁଖାଇ ତିହାର

bbehera

ବୌଦ୍ଧ, (ମମତା ମହାକୁର) : ସମ୍ବାଦ ସାହିତ୍ୟଘର କଣ୍ଟାମାଲ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅବସରରେ ରବିବାର ଖଟଖଟିଆ ହାଇସ୍କୁଲଠାରେ ସମ୍ବାଦ ସହିତ୍ୟଘର, କଣ୍ଟାମାଲର ସଭାପତି ହରିହର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଉଦ୍‌ଘାଟକ ଭାବେ ସମାଜସେବୀ ବିଜିତ କୁମାର ପ୍ରଧାନ ଯୋଗଦେଇ ଥିବା ବେଳେ ମୁଖ୍ୟଅତିଥି ଭାବେ ସଂସ୍କୃତି ଗବେଷକ ଅଧ୍ୟାପକ ଡ଼ ପୁରୁଷୋତ୍ତମ ମିଶ୍ର ଯୋଗଦେଇ ନୂଆଁଖାଇ ସଂସ୍କୃତି କେତେ ପ୍ରାଚୀନ ତାହା ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଡ଼ ସୌରଭ ରଂଜନ ଖମାରୀ ନୂଆଁଖାଇ ଏକ ଉତ୍ସାହର ପର୍ବ ଭାବେ କିପରି ଖ୍ୟାତିଅର୍ଜନ କରିଛି ତାହା ବର୍ଣ୍ଣନା କରିଥିଲେ, ଅଧ୍ୟାପକ ଦେବଦାସ ମହାପାତ୍ର ଯୋଗଦେଇ ନୂଆଁଖାଇ ପ୍ରକୃତି ସହିତ କିପରି ଜଡିତ ତାହା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟକାର ଲକ୍ଷ୍ମଣ ମହାପାତ୍ର, କବି ନରେନ୍ଦ୍ର ଭୋଇ ପ୍ରମୁଖ ଆଲୋଚନାଚକ୍ରରେ ଭାଗ ନେଇଥିବା ବେଳେ କବି ରଂଜୁ ଅମାତ ସ୍ୱାଗତ ଭାଷଣ ଦେଇଥିଲେ । ଦ୍ୱିତୀୟ ଅଧିବେଶନରେ କବି ରାଜକିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କବିତା ଆସରରେ କବି ଦିଲୀପ ମହାନ୍ତି ଓ ରଂଜୁ ଅମାତଙ୍କ ସଂଯୋଜନା କ୍ରମେ କବି ପୁରୁଷୋତ୍ତମ ମିଶ୍ର, ଗୋପାଳ କୃଷ୍ଣ ପ୍ରଧାନ, ପ୍ରଭାତ ଖମାରୀ, ଈଶ୍ୱର ସାହୁ, ଅଜିତ ଗିରି, ନମିତା ରାଣୀ ରଥ, ମିଥୁନ ନାଏକ, ଭାର୍ଜନ କୁମାର ପ୍ରଧାନ, ସୀତାକାନ୍ତ ସିଂ, ନରେନ୍ଦ୍ର ଭୋଇ, ସୌରଭ ଖମାରୀ ପ୍ରମୁଖ କବିତା ପାଠ କରିଥିବା ବେଳେ ପ୍ରଦୀପ ଖେତୀ, ଶିବ କମ୍ପ, ତ୍ରିଲୋଚନ ଡାଙ୍ଗ, ସୁମନ୍ତ ପ୍ରଧାନ ପ୍ରମୁଖ ସହଯୋଗ କରିଥିବା ବେଳେ ସମ୍ବାଦ ସାହିତ୍ୟ ଘରର ସଂଯୋଜକ ସୁଶୀଲ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

three × 4 =