jsm

ବଲାଙ୍ଗିର ନାଗରିକ କମିଟିର ସାଧାରଣ ବୈଠକ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ବଲାଙ୍ଗିର ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ବେଲାର ସିଂ ଭୋଇଙ୍କ ସଭାପତିତ୍ୱରେ ବିଭିନ୍ନ ସମସ୍ୟା ଯଥା ମା’ ପାଟଣେଶ୍ୱରୀ ଓ ସମଲେଶ୍ୱରୀ ମନ୍ଦିରର ଉନ୍ନତିକରଣ, ଉଭୟ ଆଗାମୀ ତା.୨୯ ରେ ଅନୁଷ୍ଠିତ ବଲାଙ୍ଗିର କ୍ରାନ୍ତି ଜାଗୃତି ସମାରୋହର ର‍୍ୟାଲିରେ ତଥା ତା.୧୧ ରେ ବଲାଙ୍ଗିର ଖୋର୍ଦ୍ଧା ରେଳ ଲାଇନ ଆନ୍ଦୋଳନର ସମାରୋହରେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । ସେହିପରି ସେପ୍ଟେମ୍ବର ୫ରେ କମିଟି ତରଫରୁ ପ୍ରଥମ କରି ଗୁରୁ ଦିବସ ପାଳନ କରିବା ପାଇଁ ସର୍ବସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା ।

ସଭା ପ୍ରାରମ୍ଭରେ ସାଧାରଣ ସଂପାଦକ ମନୋରଂଜନ ସାହୁ ପୂର୍ବ ବିବରଣୀ ପାଠ କରି ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ସ୍ୱର୍ଗତ ନନ୍ଦ କୁମାର ବହିଦାର ଓ ଦେବବ୍ରତ ମିଶ୍ର (ଟୁକୁ) ଦ୍ୱୟଙ୍କ ବିୟୋଗରେ ତାଙ୍କର ଅମର ଆତ୍ମାର ସତଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଆଲୋଚନାରେ ଅନ୍ୟାନ୍ୟମାନଙ୍କ ମଧ୍ୟରୁ ଉପସଭାପତି ନିତ୍ୟାନନ୍ଦ ମିଶ୍ର, ସହ ସଂପାଦକ ଡା. ଚକ୍ରପାଣି ଦାଶ, କୋଷାଧ୍ୟକ୍ଷ ଗଜେନ୍ଦ୍ର ଭମର, ସଭ୍ୟ କିଶୋର ମୋହନ ମିଶ୍ର, ଗୋପବନ୍ଧୁ ପୁରୋହିତ, ଧର୍ମବ୍ରତ ରଥ, ଆର୍ତ୍ତତ୍ରାଣ ମିଶ୍ର, ଜୟରାମ ମିଶ୍ର, ଗୋପଭୂଷଣ ନାଥ, ପୀତବାସ ପଣ୍ଡା, ଅଶୋକ କୁମାର ମିଶ୍ର, ମନୋରଂଜନ ପୁରୋହିତ ଓ ନରେଶ କୁମାର ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

yuvodaya
Leave A Reply

Your email address will not be published.