pakka

ପୌର ନିର୍ବାଚନ ପାଇଁ ଚୂଡାନ୍ତ ତାଲିକା ପ୍ରକାଶିତ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ୧୦୭ ପୌର ପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର ଚୂଡାନ୍ତ ତାଲିକା ପ୍ରକାଶିତ ହୋଇଛି । ଏଥିରେ ବରଗଡ଼ ଜିଲ୍ଲାର ବରଗଡ଼ ପୌର ପରିଷଦ ଏବଂ ପଦ୍ମପୁର, ବିଜେପୁର ଓ ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ପଦବୀ ପାଇଁ ସଂରକ୍ଷିତ ତାଲିକା ପ୍ରକାଶିତ ହୋଇଛି । ବରଗଡ଼ ପୌର ପରିଷଦ ମହିଳା, ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଣସଂରକ୍ଷିତ, ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନୁସୂଚିତ ଜନଜାତି ମହିଳା, ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନୁସୂଚିତ ଜାତି ମହିଳା ବର୍ଗ ପାଇଁ ସଂରକ୍ଷିତ ହୋଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧୦୭ ପୌର ପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର ସଂରକ୍ଷଣ ତାଲିକା ମଧ୍ୟରେ ଅଣସଂରକ୍ଷିତ ୪୩ଟି, ମହିଳାଙ୍କ ପାଇଁ ୩୯, ଅନୁସୂଚିତ ଜାତି ମହିଳା ୯, ଅନୁସୂଚିତ ୮, ଅନୁସୂଚିତ ଜନଜାତି ମହିଳା ୫, ଅନୁସୂଚିତ ଜନଜାତି ୩ ରହିଛି ।

Leave A Reply

Your email address will not be published.

two × four =