pakka

ପଞ୍ଚାୟତ ନିର୍ବାଚନ ପାଇଁ ଚୁଡାନ୍ତ ସଂରକ୍ଷିତ ତାଲିକା ପ୍ରକାଶ ପାଇଲା : ଅଣସଂରକ୍ଷିତ ହେଲା ଦେଓଗାଁ ବ୍ଲକ୍ ଅଧ୍ୟକ୍ଷ ପଦ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ପଞ୍ଚାୟତ ନିର୍ବାଚନ ପାଇଁ ସରପଞ୍ଚ ଓ ସମିତି ସଭ୍ୟ ଆସନ ପାଇଁ ସଂରକ୍ଷଣ ତାଲିକା ଚୂଡ଼ାନ୍ତ ଘୋଷଣା କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଦେଓଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଏଥର ଅଣସଂରକ୍ଷିତ ରହିଛି । ଫଳରେ କିଏ ବ୍ଲକ୍ ଅଧ୍ୟକ୍ଷ ଆସନରେ ବସିବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି । ବ୍ଲକ୍‌ରେ ଥିବା ୨୬ଟି ପଞ୍ଚାୟତର ସରପଞ୍ଚ ପଦବୀରେ ଅନୁସୂଚିତ ଜନଜାତି ବର୍ଗର ଲୋକ ସଂରକ୍ଷଣରୁ ବାଦ୍‌ ପଡ଼ିଛନ୍ତି । ସରପଞ୍ଚ ପଦବୀ ପାଇଁ ଅର୍ଜୁନପୁର, ଉଡ଼ାର, ଉପରଝର, ଦେଷଣ୍ଢ, ସିଂହାମୁଣ୍ଡା, ସାଲେପାଲି, ମୁକୁନ୍ଦପୁର, ରାମଚନ୍ଦ୍ରପୁର, ବଡ଼ବାହାଲ, ଗୌଡ଼ଗୋଠ, ଘୁଡୁଖାପଲା ପଂଚାୟତରେ କେବଳ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ କୁତୁର୍ଲା, ଧଣ୍ଡାମାଲ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଦେଓଗାଁ ଓ ଗାଈବାହାଲ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଥିବା ବେଳେ ହାତୀସରା, ବଡ଼ବନ୍ଧ, କୁଲୁତାପଡ଼ା, ଲଣ୍ଡାପଥର, ସାରସମାଲ, ବନ୍ଧପଡ଼ା, ଡୁମେରପିଟା, ସିକୁଆଁ, ମହଲାଇ, ବ୍ରାହ୍ମଣୀଯୋର, ଜରାସିଂହା ଅଣସଂରକ୍ଷିତ ଥିବା ଜଣାପଡ଼ିଛି । ସେହିପରି ସମିତି ସଭ୍ୟ ପଦବୀ ଅନୁସୂଚିତ ଜାତି ମହିଳାଙ୍କ ପାଇଁ କୁତୁର୍ଲା, ଗୁଡ଼ୁଖାପଲା ରଖାଯାଇଥିବା ବେଳେ ଦେଷଣ୍ଢ, ସିଂହାମୁଣ୍ଡା, ମହଲାଇ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି । ଦେଓଗାଁ ଓ ଧଣ୍ଡାମାଲ ପଞ୍ଚାୟତ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିବା ବେଳେ ରାମଚନ୍ଦ୍ରପୁର ଲଣ୍ଡାପଥର ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ କରାଯାଇଛି । ସେହିପରି ଗୌଡ଼ଗୋଠ, ଡୁମ୍ବେରପିଟା, ହାତୀସରା, ଜରାସିଂହା, ସାଲେପାଲି, ବନ୍ଧପଡ଼ା, ବଡ଼ବାହାଲ, ମୁକୁନ୍ଦପୁର, ବ୍ରାହ୍ମଣୀଯୋର ପଞ୍ଚାୟତକୁ ଅଣସଂରକ୍ଷିତ କରାଯାଇଥିବା ବେଳେ କେବଳ ମହିଳାଙ୍କ ପାଇଁ ଉପରଝର ସଂରକ୍ଷିତ କରାଯାଇଛି । କୁଲୁତାପଡ଼ା, ବଡ଼ବନ୍ଧ, ସାରସମାଲ, ସିକୁଆ, ଗାଈବାହାଲ, ଉଡାର, ଉପରଝର, ଅର୍ଜୁନପୁର ପଞ୍ଚାୟତକୁ ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି ।

Leave A Reply

Your email address will not be published.

two × four =