pakka

ନହରା ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜାଦି କା ଅମୃତ ମହୋତ୍ସବ ପାଳିତ

bbehera

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ ନହରା ଗ୍ରାମପଞ୍ଚାୟତ ଅଧିନସ୍ଥ ନହରା ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବକୁ ନହରା ସରପଞ୍ଚ ଗୋପାଲ ଚନ୍ଦ୍ରମୁଖୀ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଦହମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ଲଲାଟେନ୍ଦୁ ଦାସ ଓ ଉପସ୍ୱାସ୍ଥ୍ୟ କେନ୍ଦ୍ରର ମହିଳା ସ୍ୱାସ୍ଥ୍ୟ କର୍ମୀ ପଦ୍ମିନୀ ବେହେରାଙ୍କ ଉପସ୍ଥିତିରେ ରୋଗୀମାନଙ୍କର ମାଗଣାରେ ବ୍ଲଡ୍ ପ୍ରେସର, ଡାଇବେଟିସ, ରକ୍ତହୀନତା ଚିକିତ୍ସା ସହିତ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ କମ୍ମ୍ୟୁନିଟି ଅଫିସର ରଶ୍ମିତା ବେହେରା, ସୁଦୀପା ରାଉତ ଓ ସନ୍ଧ୍ୟାରାଣୀ ସାହୁ ଯୋଗ ଦେଇ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଆଶା କର୍ମୀ ଲିଲିମା ପାତ୍ର ଓ ଅଙ୍ଗନବାଡି କର୍ମୀ ଆଲୋକଶଶୀ ପଣ୍ଡା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

5 × 3 =