jsm

ଆଗାମୀ ନିର୍ବାଚନ ପାଇଁ ସଜବାଜ : ପୋଟ୍ଟଲାମପୁର ଗ୍ରାମ ପଞ୍ଚାୟତରେ ବିଜେପିର ସମାବେଶ

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟ୍ଟଲାମପୁର ଗ୍ରାମ ପଞ୍ଚାୟତରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେପି ପକ୍ଷରୁ ଆସନ୍ତା ଫେବୃୟାରୀ ମାସରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଦଳୀୟ ସଂଗଠନ ମଜବୁତ କରିବା ସହ ଦଳୀୟ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଦଳୀୟ ସମର୍ଥନରେ ବିଜୟୀ ଲାଭ କରିବା ପାଇଁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର ଆହ୍ୱାନ କରିଥିଲେ । ଶ୍ରୀ କର ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଛତ୍ରପୁର ପ୍ରଭାରୀ ଡ଼. ସୁବାଷ ଚନ୍ଦ୍ର ସାହୁ, ପଦ୍ମ ଚରଣ ପରିଡା, ପଦ୍ମ ଚରଣ ସାହୁ, କଣମଣା ମଣ୍ଡଳ ସଭାପତି, ଜିଲ୍ଲା ସମ୍ପାଦକ ଲଷ୍ମୀ ଚରଣ ପଣ୍ଡା, କୃଷକ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଗଣପତି ବାରିକ, ବଉଳ ଗାଁ ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ସେଠୀ, ଦୁର୍ଯ୍ୟୋଧନ ନାହାକ, ବିଜୟ ପରିଡ଼ା, ସୁରେନ୍ଦ୍ର ନାହାକ, ରବୀନ୍ଦ୍ର ନାହାକ, ଗୋପାଳ ପ୍ରହରାଜ ସମେତ ପ୍ରାୟ ୪୦୦ରୁ ଅଧିକ କର୍ମୀ ଉପସ୍ଥିତ ଥିଲେ ଆଗାମୀ ଦିନରେ ବିଜେପିର ସଫଳତା ପାଇଁ ସମସ୍ତେ ବଦ୍ଧପରିକର ହେବାକୁ ସଂକଳ୍ପ କରିଥିଲେ ।

yuvodaya
Leave A Reply

Your email address will not be published.