ବଲାଙ୍ଗିର କୋଭିଡ୍‌ ହୋମ୍‌ରେ ଚୟନ ହୋଇଥିବା ଏଏନ୍‌ଏମ୍ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀ ମୁକାବିଲା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କୋଭିଡ କେୟାର ହୋମ ପାଇଁ ଗତ ୮ ତାରିଖ ବିଜ୍ଞାପନ ଅନୁଯାୟୀ ୨୬୫ ଏଏନ୍‌ଏମ୍‌ ପ୍ରାର୍ଥୀ ଚୟନ କରାଯାଇଛି ଓ ତହିଁ ରୁ ୨୨୧ ଜଣଙ୍କୁ ଏ ପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇଥିବା ବେଳେ ନିଯୁକ୍ତିରୁ ବାଦ୍‌ ପଡିଯାଇଥିବା ୪୪ ଜଣଙ୍କୁ ନିଯୁକ୍ତି ଦିଆଯାଇପାରି ନାହିଁ । ଏଣୁ ବାଦ୍‌ ପଡିଯାଇଥିବା ଏଏନ୍‌ଏମ ମାନେ ବାରମ୍ବାର ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗଙ୍କୁ ନିଯୁକ୍ତି ପାଇଁ ନିବେଦନ କରି ଆସୁଅଛନ୍ତି । କିନ୍ତୁ ତାଙ୍କ ସହ ଉତ୍ତୀର୍ଣ୍ଣ ହୋଇଥିବା ଅନ୍ୟ ସାଥୀ ଏଏନ୍‌ଏମମାନେ କୋଭିଡ୍‌ କେୟାର୍‌ରେ କାର୍ଯ୍ୟରତ ଅଛନ୍ତି । ଅଥଚ ବଲାଙ୍ଗିର ସ୍ଥିତ କୋଭିଡ୍‌ କେୟାର କେନ୍ଦ୍ରରେ ପଦବୀ ଖାଲି ପଡି ରହିଥିବା ସତ୍ୱେ ବାଦ୍‌ ପଡିଯାଇଥିବା ନର୍ସ ମାନଙ୍କୁ ନିଯୁକ୍ତି ଦିଆଯାଇନାହିଁ । ବଲାଙ୍ଗିର ଜିଲ୍ଲାରେ କରୋନା ହୁ-ହୁ ହୋଇ ବଢି ଦ୍ରୁତ ଗତିରେ ମୃତ ସଂଖ୍ୟା ବଢି ଚାଲିଛି । ଏଣୁ ଭିଲେଜର୍ସ ଇଣ୍ଡିଆ ପାର୍ଟିର ଅଧ୍ୟକ୍ଷ ଡ. ବିପିନ କୁଶୁଲିଆଙ୍କ ନେତୃତ୍ୱରେ ସମସ୍ତ ଚୟନ ହୋଇଥିବା ଓ ଚାକିରୀରୁ ବାଦ୍‌ ପଡ଼ିଥିବା ଏଏନ୍‌ଏମ୍‌ ଆଜି ଜିଲ୍ଲାପାଳ, ବଲାଙ୍ଗିରଙ୍କ ଜରିଆରେ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବୀପତ୍ର ଦେଇ ନିଯୁକ୍ତି ପାଇଁ ଅନୁରୋଧ ଜଣାଇଛନ୍ତି ।

Leave A Reply

Your email address will not be published.