ବୁଡେନ ଥାନା ଅଞ୍ଚଳରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ : ୨ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ବୁଡେନ ଥାନା କୁକୁରୀମୁଣ୍ଡାରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ସହ ଦୁଇଜଣ ଗିରଫ ହୋଇଛନ୍‌ନ୍ତି । କୁକୁରୀମୁଣ୍ଡା ଗ୍ରାମରେ ସେହି ଗ୍ରାମର ରାଜେନ୍ଦ୍ର ବଢେଇ ନାମକ ବ୍ୟକ୍ତି ଗଞ୍ଜେଇ ବିକ୍ରି କରୁଥିବା ବିଶ୍ବସ୍ତ ସୁତ୍ରରୁ ଖବର ପାଇ ବୁଡେନ ଥାନା ଅଧିକାରୀ ବିରବର ଭଗତ ଗତକାଲି ଅପରାହ୍ନ ସମୟରେ ଚଢାଉ କରିଥିଲେ ।

ଚଢ଼ାଉ ବେଳେ ୪୮ କିଲୋ ୨୨୦ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଦୁଇ ଜଣ ବିକ୍ରେତା ରାଜେନ୍ଦ୍ର ବଢେଇ ଓ ରଂଜନ ଭଏଁସାଙ୍କୁ ଗିରଫ କରି ବୁଡେନ ଥାନା କେସ ନମ୍ବର ୦୭-୧୫/୧୦/୨୦୨୦ରେ କେଶ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତମାନେ ବୈାଦ୍ଧ ଅଞ୍ଚଳରୁ ଗଞ୍ଜେଇ ଆଣି ବୁଡେନ ଥାନା ଅଞ୍ଚଳରେ ବିକ୍ରି କରୁଥିବା ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.