jayashree

ଅଭିନନ୍ଦନ ସାହିତ୍ୟ ପରିଷଦର ବିଶେଷ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଭିନନ୍ଦନ ସାହିତ୍ୟ ପରିଷଦର ବିଶେଷ ଅଧିବେଶନ ସ୍ଥାନୀୟ କାର୍ଯ୍ୟାଳୟ ଠାରେ ବରିଷ୍ଠ ସଦସ୍ୟ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ମର୍ଯ୍ୟାଦାରେ ମଧୁସୂଦନ ନାୟକ, ମୁଖ୍ୟବକ୍ତା ପ୍ରଫେସର ତରୁଣ କୁମାର ମିଶ୍ର ତଥା ସଂପାଦକ ଗୋବିନ୍ଦ ମିଶ୍ର ମଂଚାସୀନ ଥିଲେ । ଅତିଥିଗଣ ମା’ ବାଗଦେବୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ପରେ ସଦସ୍ୟ ଦିବାକର ହୋତା ପୁଷ୍ପଗୁଚ୍ଛ ପ୍ରଦାନ କରି ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପରବର୍ତ୍ତି ପର୍ଯ୍ୟାୟରେ ଲେଖକ ଧର୍ମବ୍ରତ ରଥଙ୍କ ପୁସ୍ତକ “ପ୍ରଥମ ପାବଚ୍ଛ”ର ଉନ୍ମୋଚନ ସମାରୋହ ଅନୁଷ୍ଠିତ ହୋଇଥିଲା । ମୁଖ୍ୟବକ୍ତା ତଥା ମୁଖ୍ୟ ଅତିଥି ପୁସ୍ତକ ସମ୍ବନ୍ଧରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରବକ୍ତା ଡ. ଭବାନୀ ଶଙ୍କର ପଟେଲ ସାମାଜିକ ଉତ୍ତରଣରେ ପୁସ୍ତକର ଭୂମିକା ସମ୍ପର୍କରେ ସୁଚିନ୍ତିତ ମତ ପ୍ରଦାନ କରିଥିଲେ । ପ୍ରକାଶିକା ସୁକାନ୍ତି ମଞ୍ଜରୀ ପାଣି ନିଜ ମତବ୍ୟକ୍ତ କରିଥିଲେ । ଲେଖକ ରତ୍ନମୟ ତ୍ରିପାଠୀ ପୁସ୍ତକର ସମୀକ୍ଷା କରିଥିଲେ । କପିଳ ପତି, କୃଷ୍ଣଚନ୍ଦ୍ର ମିଶ୍ର, ବଳିଷ୍ଠ ପ୍ରଧାନ, ଜ୍ଞାନରଞ୍ଜନ ମିଶ୍ର, କୃଷ୍ଣଚନ୍ଦ୍ର ମହାକୁର, ପୂର୍ଣ୍ଣଚନ୍ଦ୍ର ଦାଶ, ମଦନ ମୋହନ ରଥ, ପୁରୁଷୋତ୍ତମ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଗୋପଳଚନ୍ଦ୍ର ପ୍ରଧାନ, ହରେକୃଷ୍ଣ ପଟେଲ, ସୌରଭ ଶର୍ମା, ଅଙ୍କିତା ରଥ, ଦୟାନିଧି ନାଏକ, ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସୁପ୍ରତୀକ୍ଷା ରଥ, ସୁସାର୍ଥକ ରଥ ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ କଣ୍ଠଶିଳ୍ପୀ ରାମ ଶଙ୍କର ଶତପଥି ଜଗନ୍ନାଥ ଜଣାଣ ପରିବେଷଣ କରିଥିଲେ । ସମ୍ପାଦକ ଗୋବିନ୍ଦ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.