jayashree

ବୀରମିତ୍ରପୁର ବିଧାୟକଙ୍କ ଜନ ସମ୍ପର୍କ ପଦଯାତ୍ରା – ନୂଆଗାଁ ବ୍ଲକ

ବୀରମିତ୍ରପୁର, (କେପିଏନ୍‌ଏସ୍‌) : ଆଜି ନୂଆଗାଁ ବ୍ଲକ ଅନ୍ତର୍ଗତ ତେତାରକେଲା, ବାଗଦେଗା ଏବଂ ବାରିଲେପଟା ପଞ୍ଚାୟତରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବାଇକ ରାଲି ମାଧ୍ୟମରେ ଗାଁ ଗାଁ ବୁଲି ବୀରମିତ୍ରପୁର ବିଧାୟକ ରୋହିତ ଯୋସେଫ ତୀର୍କ ଲୋକଙ୍କ ସୁଖଦୁଃଖ ବୁଝିଛନ୍ତି । ମା’ ମାନଙ୍କ ସହ ନାଚ, ଘରେ ଘରେ ବସି ଚା’ ପିଇବା ଏବଂ ମହିଳାଙ୍କ ଅଭିଯୋଗ ଶୁଣିବା – ଏହା ହିଁ ପ୍ରକୃତ ଜନସେବା । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ବ୍ଲକ ସଭାପତି ପ୍ରକାଶ ସାହୁ, ନିମୟ ଆଚାର୍ଯ୍ୟ, ଯୁବନେତା ପ୍ରଦୀପ ସାହୁ, ମୋକିମ ଆନସାରୀ, ବାନ୍ତି ଆନସାରୀ, ବିନୋଦ ସାହୁ, ବ୍ରଜ କିଶୋରେ ସିଂ, ବିର୍ସା ଓରାମ, ରମେଶ ମହାଳି, ବିଜୟ ବାରିକ, ଏସ୍‌ଟି ସେଲ୍‌ର ରାଜ୍ୟ ସାଧାରଣ ସମ୍ପାଦକ ଶଙ୍କର ତୀର୍କ, ଛାତ୍ର ନେତା ରିତେଶ କେଶରୀ ପ୍ରମୁଖ ଉପସ୍ଥିତ ଥିଲେ । ତେତାରକେଲା ମାଟି କହୁଛି – ନବୀନ ପଟ୍ଟନାୟକ ଜିନ୍ଦାବାଦ!

Leave A Reply

Your email address will not be published.