ଖୁବ୍‌ଶୀଘ୍ର ରାଜ୍ୟରେ ନିଯୁକ୍ତ ହେବେ ୪୦ ହଜାର ଶିକ୍ଷକ : ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର : ଖୁବ୍‌ଶୀଘ୍ର ରାଜ୍ୟର ପ୍ରାଥମିକ ସ୍କୁଲରେ ୨୦ ହଜାର ଶିକ୍ଷକ ଏବଂ ହାଇସ୍କୁଲରେ ୨୦ ହଜାର ଶିକ୍ଷକ ନିଯୁକ୍ତି ହେବେ । ଏନେଇ ବିଜ୍ଞାପନ ବାହାରି ସାରିଛି । ମୋଟ ୪୦ ହଜାର ଶିକ୍ଷକ ନିଯୁକ୍ତି ନିମନ୍ତେ ସରକାର ପଦକ୍ଷେପ ନେଇ ସାରିଥିବା ବୁଧବାର ଗଣମଧ୍ୟମକୁ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ । କମ୍ପ୍ୟୁଟର ବେସ୍‌ ଟେଷ୍ଟ ମାଧ୍ୟମରେ ଏହି ପରୀକ୍ଷା ହେବ ଓ ସମସ୍ତଙ୍କୁ ନିଯୁକ୍ତିରେ ଭାଗ ନେବାକୁ ସୁଯୋଗ ମିଳିବ ବୋଲି ସେ କହିଛନ୍ତି । ଆସନ୍ତା ଏପ୍ରିଲଠାରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେଉଥିବା ବେଳେ ନୂଆ ନିଯୁକ୍ତି ମିଳିବା ନେଇ ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

20 + ten =

error: Content is protected !!