ଘର ପଛପଟ କାନ୍ଥ ଭାଙ୍ଗି ଦୁର୍ବୃତ୍ତମାନେ ୫୦ ହଜାର ଟଙ୍କା ନେଇଯାଇଥିବା ଅଭିଯୋଗ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଅଧୀନ ଫୁଣ୍ଡେଲପଡା ଗ୍ରାମରେ ଡମୁ ଗୌଡଙ୍କ ଘର ପଛପଟ କାନ୍ଥ ଭାଙ୍ଗି ଦୁର୍ବୃତ୍ତମାନେ ୫୦ ହଜାର ଟଙ୍କା ନେଇଯାଇଛନ୍ତି । ଏନେଇ ଚନ୍ଦାହାଣ୍ଡି ଥାନାରେ ଡମୁ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ ଫୁଣ୍ଡେଲପଡା ଗ୍ରାମର ଡମୁ ଗୌଡ ଘର ତିଆରି କରିବା ପାଇଁ ନିଜର ଛେଳି ବିକ୍ରି କରି ୫୦ ହଜାର ଟଙ୍କା ଘରେ ରଖିଥିଲେ । ମଙ୍ଗଳବାର ରାତିରେ ଡମୁ ଓ ସ୍ତ୍ରୀ ଅନାଦି ଖାଇପିଇ ଘରେ ଶୋଇଥିଲେ । ବୁଧବାର ସକାଳେ ଘର କାନ୍ଥ ଭଙ୍ଗା ହୋଇଥିବା ଡମୁ ଦେଖିଥିଲେ । ଘରେ ଚୋର ପଶିଥିବା ସନ୍ଦେହ କରି ଛେଳି ବିକ୍ରି କରି ଘରେ ରଖିଥିବା ଟଙ୍କା ଖୋଜିଥିଲେ । ତେବେ ୫୦ ହଜାର ଟଙ୍କା ନ ଥିବା ବେଳେ ଘରର ଜିନିଷ ପତ୍ର ଇଆଡେ ସିଆଡେ ପଡିଥିବା ଦେଖିଥିଲେ । ଏ ନେଇ ଡମୁ ଚନ୍ଦାହାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.

two − 1 =