ଏନ୍‌କାଉଣ୍ଟରରେ ୮ ଜଣ ମାଓବାଦୀ ନିହତ

ମାଲକାନଗିରି : ଛତିଶଗଡ଼ରେ ପୁଣି ନକ୍ସଲମାନଙ୍କ ବିରୋଧରେ ସୁରକ୍ଷାକର୍ମୀମାନେ ବଡ଼ଧରଣର ଏନ୍‌କାଉଣ୍ଟର କରିଛନ୍ତି । ବିଜାପୁର ଜିଲ୍ଲା ଗାଙ୍ଗାଲୁର ଥାନା ପିଡ଼ିଆ ଜଙ୍ଗଲରେ ଏହି ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୮ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ ଗାଙ୍ଗାଲୁର ଥାନା ପିଡିଆ ଜଂଗଲରେ ମାଓବାଦୀମାନେ ଚଳପ୍ରଚଳ କରୁଥିବା ନେଇ ସୁରକ୍ଷାକର୍ମୀମାନଙ୍କୁ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା । ସୁକୁମା, ବିଜାପୁର ଓ ଦାନ୍ତେୱାଡା ଜିଲ୍ଲାର ପୁଲିସକୁ ନେଇ ଡିଆର୍‌ଜି, ଏସ୍‌ଟିଏଫ୍‌, କୋବ୍ରା, ସିଆର୍‌ପିଏଫ୍‌ର ୧୨୦୦ ଯବାନ ଉକ୍ତ ଜଙ୍ଗଲରେ ପହଞ୍ଚିଥିଲେ । ବ୍ୟାପକ ପରିମାଣର ଯବାନଙ୍କୁ ଦେଖି ମାଓବାଦୀମାନେ ଗୁଳି ଚଳାଇଥିଲେ ମଧ୍ୟ ସଫଳ ହୋଇ ନଥିଲେ । ବରଂ ଯବାନଙ୍କ ଗୁଳିରେ ୮ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ବହୁ ଅତ୍ୟାଧୁନିକ ବନ୍ଧୁକ ଓ ମାରଣାସ୍ତ୍ର ଜବତ ହୋଇଛି ।

Leave A Reply

Your email address will not be published.

five × 1 =