ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କଲେ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ପାଇଁ ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କଲେ ବୈଜୟନ୍ତ । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟରେ ସେ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ବୈଜୟନ୍ତ ପଣ୍ଡା ବିଶାଳ ଶୋଭାଯାତ୍ରାରେ ଆସିଥିଲେ । ସେ ପ୍ରଥମେ ତିନି ମୁହାଣି ସ୍ଥିତ ରାମ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ଏହାପରେ ତିନି ମୁହାଣିରୁ ଶୁଭେଚ୍ଛୁ, ସମର୍ଥକ ଓ ବିଜେପି କର୍ମକର୍ତ୍ତାଙ୍କ ସହ ଏକ ବିରାଟ ପଟୁଆର ବାହାରିଥିଲେ । ବୈଜୟନ୍ତଙ୍କ ବିଶାଳ ଶୋଭାଯାତ୍ରା ଲ’ କଲେଜ, ତିନି ମୁହାଁଣି ଛକ, କଜଳା, ମହିପାଳ, ନୂଆ ବସ୍‌ଷ୍ଟାଣ୍ଡ, ବଡ଼ ହାଟ ଓ ପୁରୁଣା ବସ୍‌ ଷ୍ଟାଣ୍ଡ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ତା’ପରେ ସେ ସେଠାରେ ନାମାଙ୍କନପତ୍ର ଦାଖଲ କରିଥିଲେ ।

Leave A Reply

Your email address will not be published.

four × three =