jsm

ଡିଡି ଓଡ଼ିଆ ଚାନେଲରେ ସଂପର୍କ ଅନୁଷ୍ଠାନ ପକ୍ଷରୁ ନାଟକ ‘ସନ୍‌ସେଟ୍ ଗେଷ୍ଟ ହାଉସ’ ପରିବେଷଣ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସଂପର୍କର ହସକାନ୍ଦ ସଂଘାତ ଭରା ନାଟକ “ସନ୍‌ସେଟ୍ ଗେଷ୍ଟ ହାଉସ” ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ଵର ପ୍ରଯୋଜନାରେ ଡିଡି ୬ (ଓଡିଆ) ଚାନେଲରେ ୨୩ ତାରିଖ ରବିବାର ରାତି ୯ ଟାରେ ପ୍ରସାରିତ ହେବ । ଏହି ନାଟକର ରଚୟିତା ଓ ନିର୍ଦ୍ଦେଶକ ହେଉଛନ୍ତି ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର । ଦୂରଦର୍ଶନ କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟଦୀପ୍ତି ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନିର୍ମିତ ହୋଇଥିବା ଏହି ନାଟକର ପ୍ରଯୋଜକ ହେଉଛନ୍ତି ସୁଧାଂଶୁ ଶେଖର ପାଢୀ । ଏହାକୁ ସଂଗୀତରେ ସଜାଇଛନ୍ତି ଶକ୍ତି ପ୍ରସାଦ ମିଶ୍ର । ରୂପସଜ୍ଜା କରିଛନ୍ତି ପିଙ୍କୁ, ମାମା ଚିତ୍ରାଳୟ । ବିନୋଦିନୀ ମହାପାତ୍ରଙ୍କ ସୁପରିଚାଳନାରେ ସୁଟିଂ ହୋଇଥିବା ଏହି ନାଟକଟି ଯେଉଁମାନଙ୍କ ବଳିଷ୍ଠ ଅଭିନୟରେ ସ୍ୱୟଂ ସମ୍ପୂର୍ଣ୍ଣ ହୋଇଛି ସେମାନେ ହେଲେ ଭାସ୍କର ଚନ୍ଦ୍ର ମହାପାତ୍ର, ସୁରେନ୍ଦ୍ର ପାଢୀ, ଅଶୋକ ବଳ, ନୃସିଂହ ଚରଣ ମହାନ୍ତି, ଭରତ ଚନ୍ଦ୍ର ବେହେରା, ପ୍ରଜ୍ଞାନନ୍ଦ ମହାନ୍ତି, ପ୍ରଳୟ ଶତପଥୀ, ସଞ୍ଜୀବ ଚାନ୍ଦ, ଶ୍ରେୟସ୍ ବୀର ମହାନ୍ତ, ପୁଷ୍ପଲତା ବିଶୋଇ, ସସ୍ମିତା ବେକ୍, ସହଯୋଗିତା ଶ୍ରୀମତୀ ମହାନ୍ତ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ପାତ୍ର ଏହି ନାଟକୁ ଦେଖି ମତାମତ ଦେବାକୁ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି ।

yuvodaya
Leave A Reply

Your email address will not be published.