jsm

ହଳଦୀପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କେନ୍ଦ୍ରସ୍ତରୀୟ ସୁରଭି ମହୋତ୍ସବ ଅନୁଷ୍ଠିତ

csstore

ନଅଗାଁ(କ) : ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ନଅଗାଁ(କ) କ୍ଲଷ୍ଟରର ହଳଦୀପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ତପସ୍ଵିନୀ ସେଠ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । କ୍ଲଷ୍ଟରର ଆଠଟି ବିଦ୍ୟାଳୟର ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । କ୍ଲଷ୍ଟରର ସାଧନ କର୍ମୀ କ୍ଷୀରେଶ୍ୱର ଦୀପଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ପ୍ରତିଯୋଗିତା ପରିଚାଳନା ହୋଇଥିଲା । ଶିକ୍ଷକ ମନୋଜ କୁମାର ବହିଦାର, ଗାନ୍ଧୀ ନାଏକ୍, ଗାନ୍ଧୀ ପ୍ରଧାନ, ଲକ୍ଷ୍ମୀ କାନ୍ତ ସାହୁ, ସନୋଜ କୁମ୍ଭାର, ଲକ୍ଷ୍ମୀକାନ୍ତ ଭୋଇ ପ୍ରମୁଖ ବିଚାରକ ଭାବେ ବିଭିନ୍ନ ବିଭାଗରେ ଦାୟିତ୍ଵ ତୁଲାଇଥିଲେ । ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ତପସ୍ଵିନୀ ସେଠ, ସମନ୍ନିତ ଅତିଥି ଭାବେ ସମିତି ସଭ୍ୟା ବନିତା ନାଏକଙ୍କ ସ୍ଵାମୀ ନୀଳଗିରି ନାଏକ, ନଅଗାଁ(କ) ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନନ୍ତ କୁମାର ସାହୁ, ଗ୍ରାମର ଗନ୍ତିଆ କରୁଣାକର ସାହା, ଅଶୋକ ସାହା ଉପସ୍ଥିତ ଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଦେବତା ସଭାପତିତ୍ୱ କରିଥିଲେ । ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ଦେବାଶିଷ ସାହୁଙ୍କ ସଂଯୋଜନାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ଅନିଲ ମହାନନ୍ଦଙ୍କ ସଂଯୋଜନାରେ ଛାତ୍ରଛାତ୍ରୀମାନେ ସୁନ୍ଦର ନୃତ୍ୟ ଗୀତ ପରିବେଷଣ କରିଥିଲେ । ଶିକ୍ଷକ ସୁଦୀପ୍ତ ପ୍ରଧାନ, ସନତ୍ ସାହା, ବାଲେଷ୍ଟର ମେହେର, ଶିବରାମ୍ ନାଏକ, କିଶୋର ବର୍ଗେ, ଶିକ୍ଷୟତ୍ରୀ ଦଶମୀ ସାହୁ ପ୍ରମୁଖ ସହଯୋଗ କରିଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଆସନ୍ତା ୨୬ ତାରିଖରେ ଆଗଲପୁର ଡୁଡୁକାରେ ହେବାକୁ ଥିବା ବ୍ଲକ୍‌ସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ଭାଗ ନେବେ ।

yuvodaya
Leave A Reply

Your email address will not be published.