ବିର୍କେଲ ଗ୍ରାମରେ ଚାଷୀଙ୍କ ସୁଖ ଦୁଃଖ ବୁଝିଲେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଗତକାଲି ଲୋଇସିଂହା ବ୍ଲକ ବିର୍କେଲ ଗ୍ରାମକୁ ପହଂଚି ଚାଷୀଙ୍କ ସୁଖ ଦୁଃଖର ସାଥୀ ହୋଇ ଛିଡା ହୋଇଛନ୍ତି । ଏହା କୌଣସି ରାଜନୈତିକ ସଭା କିମ୍ବା କର୍ମୀ ସମ୍ମିଳନୀ ନଥିଲା । ବିନା କାର୍ଯ୍ୟକ୍ରମରେ ଏଠାରେ ପହଂଚି ଥିଲେ ବିଧାୟକ ଶ୍ରୀ ମିଶ୍ର ସ୍ଥାନୀୟ ଚାଷୀଙ୍କୁ ଭେଟିବା ପାଇଁ । ସୂଚନା ଯୋଗ୍ୟ ଯେ, ୧୯୯୦ରେ ସେ ଲୋଇସିଂହା ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହି ସମାବେଶରେ ପ୍ରାୟ ଚାରି ଶହ ଲୋକ ଆସି ରୁଣ୍ଡ ହୋଇ ଶ୍ରୀ ମିଶ୍ରଙ୍କୁ ଭେଟି ନିଜର ସମସ୍ୟା ପ୍ରକାଶ କରିଥିଲେ ।

Leave A Reply

Your email address will not be published.

five × four =