
ନୂଆପଡା, (କେପିଏନ୍ଏସ୍) : ନୂଆପଡା ଜିଲ୍ଲା ସିନାପାଲି ରାବଣ ଛକ ଠାରେ ଚବିଶ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱର ଶାନ୍ତି ଓ କଲ୍ୟାଣ ନିମନ୍ତେ କରାଯାଇଥିବା ଏହି ନାମଯଜ୍ଞ ଗତ ୧୭ ତାରିଖ ଦିନ ଏହାର କଳସ ଯାତ୍ରା ଓ ଅଧିବାସ କର୍ମ ଅନୁଷ୍ଠିତ ହୋଇଥିଲା । ଏହି ଭବ୍ୟ କଳସ ଯାତ୍ରାରେ ଶହ ଶହ ମହିଳା ଯୋଗ ଦେଇ ଗ୍ରାମ ପରିକ୍ରମା କରି ଉକ୍ତ କଳସଟିକୁ ପ୍ରହରୀ ମଣ୍ଡପରେ ସ୍ଥାପନ କରିଥିଲେ । ୧୦ ଗୋଟି ସଂକୀର୍ତନ ଦଳ ଏହି ନାମ ଯଜ୍ଞରେ ଅଂଶ ଗ୍ରହଣ କରିଥିଲେ । ଏହି ନାମ ଯଜ୍ଞରେ କର୍ତ୍ତା ଭାବରେ ତୋଳାରାମ ମେହେର, ଦେବକି ମେହେର, ବଳଦେବ ମେହେର, ବିଳାସିନୀ ମେହେର, ନରେଶ ମେହେର, ପାରିଜାତ ମେହେର କାର୍ଯ୍ୟତୁଳାଇଥିଵା ବେଳେ । ମୁଖ୍ୟ ପୂଜକ ଭାବରେ ଧବଳେଶ୍ୱର ପୁରୋହିତ ଓ ତାଙ୍କ ସହଯୋଗୀ ଧର୍ମେନ୍ଦ୍ର ପତି, ମୁକେଶ କୁମାର ପଣ୍ଡା, ଜନ୍ମେଞ୍ଜୟ ପଣ୍ଡା, ସୁଧୀର କୁମାର ବାଜପେୟୀ କାର୍ଯ୍ୟ ନିର୍ବାହ କରିଥିଲେ । ନାମ ଯଜ୍ଞ ହୋଇଥିବାରୁ ଲୋକଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଲିଥିଲା । ନାମଯଜ୍ଞ କମିଟିର ସଭାପତି ଭାବରେ ମନୋରଞ୍ଜନ ମେହେର, ସମ୍ପାଦକ – ସଂଜୀବ ମେହେର, ସହ ସମ୍ପାଦକ ବାଦଲ ମେହେର, କୋଷାଧ୍ୟକ୍ଷ -ଦୁଷ୍ମନ୍ତ ମେହେର ସମେତ ଗୋବିନ୍ଦ ମେହେର, ଜିତେନ୍ଦ୍ର ମେହେର, ହିମାଂଶୁ ମେହେର, ବିକାଶ ମେହେର, ବାସୁଦେବ ମେହେର ପ୍ରମୁଖ ଓ ଗ୍ରାମବାସୀ ଉପସ୍ଥିତ ରହି ଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ । ପ୍ରତ୍ୟେକ ଦିନ ଓ ପ୍ରତ୍ୟକ ରାତ୍ର ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା ଓ ପ୍ରତ୍ୟକ ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଲିଥିଲା ।