pakka

ଖଇରାରେ ୪୧ ତମ କୁରାଳ ପଂଚମୀ ଉପଲକ୍ଷେ ଅଷ୍ଟପ୍ରହରୀ ନାମଯଜ୍ଞ

bbehera

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ଗ୍ରାମରେ ୪୧ ତମ କୁରାଲ ପଂଚମୀ ପୂଜା ଉପଲକ୍ଷେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗତକାଲି ସନ୍ଧ୍ୟାରେ ଧଅଁରାମୁଣ୍ଡାରୁ ୧୦୮ କଲସ ଆଣି ପୂଜାସ୍ଥଳରେ ସ୍ଥାପନ କରିଥିଲେ । ଏଥିରେ କର୍ତ୍ତା ଭାବେ ମୁରଲୀ ରଣା ଏବଂ ତାଙ୍କ ସହଧର୍ମିଣୀ ଇନ୍ଦ୍ରେ ରଣା, ପିତ୍ତମ ରଣା ଏବଂ ସହ ଧର୍ମିଣୀ ଚିତ୍ରକେଲା ରଣା ଦାୟିତ୍ୱ ନିର୍ବାହ କରିଥିବା ବେଳେ ପୂଜକ ଭାବେ ଦେବାନନ୍ଦ ମିଶ୍ର, ରାମଚନ୍ଦ୍ର ମିଶ୍ର, ଜପକ ଭାବେ ତାରେଶ୍ୱର ଦାୟିତ୍ୱ ଗ୍ରହଣ କରିଥିଲେ । ଏହି କୁରାଲ ପଂଚମୀ ପୂଜା ଅବସରରେ ଅଷ୍ଟପ୍ରହରୀ ନାମଯଜ୍ଞ ହୋଇଥିଲା । ଏଥିରେ ଅଂଚଳର ଗୋଇମୁଣ୍ଡ, ମଅଗାଁ, ଭାଲୁମୁଣ୍ଡା, ତୁରେକେଲା, ସୁଲେକେଲା, ଖଇରା ଗାଁର ସକୀର୍ତ୍ତନ୍ୟ ଦଳମାନେ ଅଂଶ ଗ୍ରହଣ କରି ପ୍ରଭୂ ନାମ ଗାନ କରିଥିଲେ । ଆୟୋଜକ କମିଟିର ସଭାପତି ନିରଞ୍ଜନ ରଣା, ଉପସଭାପତି ସୁଦନ ରଣା, ସମ୍ପାଦକ ଶୋଭନାଥ ରଣା, ସହସମ୍ପାଦକ କାର୍ତ୍ତିକ ରଣା, କୋଷାଧ୍ୟକ୍ଷ ଜନ୍ମେଜୟ ରଣା, ସଦସ୍ୟ ଜୟଶଙ୍କର ରଣା, ଶଙ୍କର ରଣା, ଶରତ ରଣା, ପଦ୍ମନ ରଣା, ମୋହନ ରଣା, ଡମ୍ବରୁ ରଣା, ହିରନ ରଣା, ରାମକୃଷ୍ଣ ରଣା, କ୍ଷୀରସିନ୍ଧୁ ରଣା, ରାଜିବ ରଣା, ପ୍ରେମାନନ୍ଦ ରଣା, ପଦ୍ମନାଭ ରଣା ପ୍ରମୁଖଙ୍କ ସହ ଗ୍ରାମବାସୀମାନେ ସହଯୋଗ କରିଥିଲେ । ବିଭିନ୍ନ ଅଂଚଳରୁ କୁମ୍ଭକାର ସମାଜର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଆଜି ସକାଳେ ପୂଜା ଆରମ୍ଭ ହୋଇ ଶୁକ୍ରବାର ଦିନ ପୂର୍ଣ୍ଣାହୂତୀ ହେବ ବୋଲି ଜଣାଇପଡିଛି ।

Leave A Reply

Your email address will not be published.

3 × 2 =