centurian jitm

ଶ୍ରଦ୍ଧା ଓ ଭକ୍ତିର ସହ ସମ୍ପନ୍ନ ହେଲା ଅଷ୍ଟ ପ୍ରହର ନାମଯଜ୍ଞ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ କାଦୋପଦର ଗ୍ରାମରେ ଅଷ୍ଟ ପ୍ରହର ନାମଯଜ୍ଞ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି । ନାମଯଜ୍ଞର ପାବନ ବେଳାରେ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ପ୍ରଭୁ କୃପା ପ୍ରାପ୍ତ ପାଇଁ ଆବେଗ ଭରା ଉପସ୍ଥିତି ରଖିଥିବାର ଦେଖିବାକୁ ମିଳିଥିଲା । ପବିତ୍ର କଳସ ଯାତ୍ରା ପାଇଁ ଶତାଧିକ ମହିଳା କୀର୍ତ୍ତନ ଦଳ ସାଙ୍ଗରେ ନିକଟ ହାତୀନଦୀରୁ ପୂର୍ଣ୍ଣ କଳସରେ ଜଳ ଆଣିବା ପରେ ଯଜ୍ଞ ମଣ୍ଡପରେ ଅଧିବାସ କର୍ମ ଆରମ୍ଭ ହୋଇଥିଲା । ଗୁରୁବାର ସକାଳୁ ଅଖଣ୍ଡ ନାମ କୀର୍ତ୍ତନ ଆରମ୍ଭ କରାଯାଇଥିବା ବେଳେ ଶୁକ୍ରବାର ସକାଳୁ ନାମ କୀର୍ତ୍ତନ ସମାପ୍ତ ହୋଇଥିଲା । ପରେ ଦହିହାଣ୍ଡି ଏକ ପଟୁଆରରେ ନଗର ପରିକ୍ରମା ସମୟରେ ଘରେ ଘରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଶ୍ରଦ୍ଧାଳୁଙ୍କ ପାଇଁ ପ୍ରଚଣ୍ଡ ରୁଦ୍ରତାପକୁ ନଜରରେ ରଖି ପର୍ଯ୍ୟାପ୍ତ ପରିମାଣରେ ପାଣି ଓ ଅନ୍ନ ପ୍ରସାଦର ସୁବନ୍ଦୋବସ୍ତ କରାଯାଇଥିଲା । ଗୌରଚନ୍ଦ୍ର ଭାଟି ଓ ସହ ଧର୍ମିଣୀ ଅଯୋଧ୍ୟା ଭାଟି ଯଜମାନ ଭାବରେ ସଂକଳ୍ପ ନେଇଥିଲେ । ପୂଜକ ଭାବରେ କାହୁଁ ଚରଣ ପଣ୍ଡା ଓ ସାଥି ଦାୟିତ୍ଵ ନେଇଥିଲେ । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସାତଟି କୀର୍ତ୍ତନ ଦଳ ଉପସ୍ଥିତ ରହି ଅଖଣ୍ଡ ନାମ କୀର୍ତ୍ତନରେ ଶ୍ରଦ୍ଧାଳୁ ମାନଙ୍କୁ ବିଭୋର କରିଥିଲେ । ଜନସାଧାରଣଙ୍କ ଅମାପ ସହଯୋଗ ପାଇଁ ସଂଗଠନର ସଭାପତି ଯୁଗେଶ୍ୱର ଭାଟି ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.