ଟିଟିଲାଗଡ଼ ଧବଳେଶ୍ଵର ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା ସହ ନାମ ସଙ୍କୀର୍ତ୍ତନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ପ୍ରସିଦ୍ଧ ଜାଗର ଯାତ୍ରା ବୁଧବାର ରାତିରେ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ସକାଳୁ ବାବା ଧବଳେଶ୍ଵରଙ୍କ ମନ୍ଦିରକୁ ଲୋକେ ଦର୍ଶନ କରିବା ପାଇଁ ଆସୁଛନ୍ତି । ସେହିପରି ଟ୍ରଷ୍ଟ ପକ୍ଷରୁ ଗତ ୨୫ ତାରିଖ ଅଧିବାସ ଠାରୁ ନାମ ସଙ୍କୀର୍ତ୍ତନ ଆରମ୍ଭ ହୋଇଥିଲା । କର୍ତ୍ତା ଭାବେ ସୁବୋଧ ଦାସ ଏବଂ ସପତ୍ନି ପୂଜାରେ ବସିଥିବା ବେଳେ ପୂଜକ ନେତ୍ରା ମିଶ୍ର ଓ ଅନ୍ୟ ପୂଜକ ମାନେ ସହଯୋଗ କରୁଛନ୍ତି । ଅନ୍ୟପଟେ ବାବା ଧବଳେଶ୍ଵରଙ୍କ ମନ୍ଦିର ପ୍ରାଙ୍ଗଣରେ ଟ୍ରଷ୍ଟ ପକ୍ଷରୁ ହୋମ ଯଜ୍ଞ ଚାଲିଛି । ଗୁରୁବାର ଅର୍ଥାତ୍ ଆଜି ଗୀତାପାଠ ଚାଲିଥିଲା । କର୍ତ୍ତା ଭାବେ ଟ୍ରଷ୍ଟି ସଞ୍ଜୀବ ପାଢ଼ୀ ଏବଂ ସପତ୍ନୀ ବସିଥିବା ବେଳେ ପଣ୍ଡିତ ମନଧର ପଣ୍ଡା, ଅଶୋକ ରଥ ଓ ଅନ୍ୟ ପୂଜକ ମାନଙ୍କ ମନ୍ତ୍ର ଉଚ୍ଚାରଣରେ ପୂଜା ଚାଲିଛି । ଅନ୍ୟ ମାନଙ୍କ ମଧ୍ୟରେ ଟ୍ରଷ୍ଟି ଭବାନୀ ପ୍ରସାଦ ହୋତା, ରବି ରାଓ ଏବଂ ସପତ୍ନି ସାରଦା ରାଓ ମଧ୍ୟ ପୂଜାରେ ବସିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଦୁର୍ୟ୍ୟୋଧନ ସାହୁ, ବାରିକ ବାବୁ ଓ ଅନ୍ୟାନ୍ୟ ଟ୍ରଷ୍ଟର ସଦସ୍ୟମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.