csstore

ସାଲେପାଲି ଗ୍ରାମମଙ୍ଗଳ ପାଠାଗାରେ ବରିଷ୍ଠ ନାଗରିକ ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ୧୦ଟା ସମୟରେ ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଅନ୍ତେ ନିବାସରେ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧୀ ଖମାରୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ ଗ୍ରାମମଙ୍ଗଳ ପାଠାଗାରର ନିର୍ଦ୍ଦେଶକ କ୍ଷମାନିଧୀ ମେହେର, ସଂପାଦକ ଭୁବନେଶ୍ୱର ସାମଲ, କମିଟିର ସଭ୍ୟା ବିନୋଦିନୀ ମେହେର ଯୋଗ ଦେଇଥିଲେ । ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରପକ୍ଷରୁ ଡାକ୍ତର ସୁଶାନ୍ତ ମେହେର ଯୋଗ ଦେଇଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସିଦ୍ଧାର୍ଥ ସେଠ ସଂଯୋଜନା କରିଥିଲେ । ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ଅନ୍ତେବାସୀମାନଙ୍କ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ନାଗରିକମାନଙ୍କ ସରକାରୀ ସୁବିଧା ସୁଯୋଗ ତଥା ଅଧିକାର ବିଷୟରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ସଭା ଶେଷରେ ସଙ୍ଗୀତ ଗୁରୁ ଶୀବ ପ୍ରସାଦ ସାହୁଙ୍କ ନିର୍ଦ୍ଦେଶନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭାପତି ପଞ୍ଚାନନ ସାମଲ ତଥା ସଭ୍ୟ କିଶୋର ସାହୁ, ହୃଦୟାନନ୍ଦ ଷଢ଼ଙ୍ଗୀ, ଚକ୍ରଧର କୁଅଁର, ଗୋପାଲ ସାମଲ, ରମାକାନ୍ତ ସାହୁ, ସଞ୍ଜୁ ବିଶ୍ବାଲ, ଚତୁର୍ଭୁଜ ଭୋଇ, ପ୍ରମିତା ସାହୁ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.