ସାରସମାଲ ସ୍କୁଲରେ ସ୍ୱଚ୍ଛ ଭାରତ ଅଭିଯାନ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ସାରସମାଲ ପଞ୍ଚାୟତର ସାରସମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରବିବାର ୧୦ଟା ସମୟରେ ସ୍ୱଚ୍ଛ ଭାରତ ଅଭିଯାନ ପାଳିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରକୁ ସଫାସୁତୁରା କରାଯିବା ସହ ସ୍ୱଚ୍ଛ ଭାରତ ଅଭିଯାନର ଶପଥ ପାଠ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୋଲିଶ୍ୱର ଧରୁଆ ସ୍ୱଚ୍ଛତା ହିଁ ସେବା, ସ୍ୱଚ୍ଛତା ହିଁ ଜୀବନ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗଜପତି ରଣା, ଶିକ୍ଷୟତ୍ରୀ ଜୋତ୍ସା ଷାଣ୍ଢ, ଶିକ୍ଷକ ଜ୍ୟୋତିଲାଲ ସାହୁଙ୍କ ସହ ଗାଁର ମହିଳା ସ୍ୱୟଂ ସହାୟକ ଦଳର ମା’ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.

two + 18 =