ନଗର କଂଗ୍ରେସ ତରଫରୁ ବୁଲା ଗାଈଗୋରୁଙ୍କୁ ଖାଦ୍ୟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀର କାୟା ବିସ୍ତାରକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସାରା ରାଜ୍ୟରେ ଲକ୍‌ଡାଉନ୍‌, ସଟଡାଉନ୍‌ ଓ ଆଦି ପ୍ରତିବନ୍ଧକ ଲାଗି ରହିଥିବା ବେଳେ ଜନସାଧାରଣ ତଥା ନିରୀହ ପଶୁପକ୍ଷୀ ମାନେ ଖାଦ୍ୟ ପାଉନଥିବା ଦେଖିବାକୁ ମିଳିଛି । ଏଭଳି ସମୟରେ ବଲାଙ୍ଗିର ନଗର କଂଗ୍ରେସ ତରଫରୁ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ସେବା ସପ୍ତାହ ପାଳନ ଅବସରରେ ବିଭନ୍ନ ସ୍ଥାନରେ ବୁଲା ଗାଈଗୋରୁଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି । ଏଥିରେ ଅଜୟ ବାଲି, ସଞ୍ଜୟ ମିଶ୍ର, ଶୁଭ୍ରାଶୁ ପଣ୍ଡା, ବଜ୍ର ସେଠୀ ଓ ବୁଲୁ ବେହେରା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

11 + six =