
ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ଗାଁରେ ଶ୍ରୀରାମ ନବମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଅନନ୍ତ ଶ୍ରୀ ବିଭୁଷିତ ଗୋବର୍ଦ୍ଧନ ପୀଠାଧିଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ କୁଡାସିଂହା ଶାଖା ଦ୍ୱାରା ଶ୍ରୀରାମ ନବମୀ ଉପଲକ୍ଷେ ଶ୍ରୀରାମ ଜନ୍ମୋତ୍ସବ ଏବଂ ସୁନ୍ଦରକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଥିଲା । ବ୍ୟାସ ପ୍ରଶାନ୍ତ ତ୍ରିପାଠୀ ପୁରାଣ ପଠନ କରିଥିବା ବେଳେ ଅଞ୍ଚଳର ହଜ଼ାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା । ସୁବାଷଚନ୍ଦ୍ର କର ପୂଜାର୍ଚ୍ଚନା କରିଥିବା ବେଳେ ସୁରେନ୍ଦ୍ର ସାହୁ ଓ ଧର୍ମପତ୍ନୀ ରିତା ସାହୁ କର୍ତ୍ତା ଦାୟିତ୍ୱ ତୁଳାଇଥିଲେ । ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।