ଶୋଇଥିବା ବେଳେ ନୃଶଂସ ହତ୍ୟା : ନାବଳକ ଅଟକ

ବଣାଇ : ଗତକାଲି ରାତିରେ ସୁନ୍ଦରଗଡ ଜିଲ୍ଲା ବଣାଇ ଥାନାର ଶିଶୁଡିହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁର ସୁଦର୍ଶନ ମୁଣ୍ଡା(୪୧)ଙ୍କୁ କେହି ଜଣେ ପଥରରେ ଛେଚି ହତ୍ୟା କରି ଦେଇଥିବା ସୁଚନା ମିଳିଛି । ସୂଚନା ଅନୁୁସାରେ ଗତକାଲିରେ ରାତିରେ ସୁଦର୍ଶନ ଶୋଇଥିବା ସମୟରେ କେହି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରି ପଲାଇ ଯାଇଥିବା ବେଳେ ପାଖରେ ଶୋଇଥିବା ତାଙ୍କ ସ୍ତ୍ରୀ ସରସ୍ୱତୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସ୍ତ୍ରୀର ଚିତ୍କାର ଣୁଣି ଗ୍ରାମବାସୀ ଆସି ସୁର୍ଦଶନଙ୍କୁ ନିକଟସ୍ଥ ବଣାଇ ଡାକ୍ତରଖାନାକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ସୁର୍ଦଶନଙ୍କୁ ମୃତ ଘୋଷଣା କରିଥିବା ବେଳେ ତାଙ୍କ ସ୍ତ୍ରୀ ସରସ୍ୱତୀ ମୁଣ୍ଡା ବଣାଇ ଥାନାରେ ଏତଲା ଦେଇଛନ୍ତି । ପରେ ପୁଲିସ ଗାଁକୁ ପହଂଚି ପଚରା ଉଚୁରା କରି ଜଣେ ସଂର୍ପକୀୟ ନାବାଳକକୁ ସଂଦେହରେ ଥାନାରେ ଅଟକ ରଖିଛି । ସରସ୍ୱତୀ ଓ ତାଙ୍କ ପୁଅଙ୍କ କହିବାନୁସାରେ ସୁର୍ଦଶନଙ୍କ ଗାଁର ଜଣେ ଲୋକଙ୍କ ସହିତ ଶତ୍ରୁତା ରହିଥିଲା । ସେ ବାପାଙ୍କୁ ହତ୍ୟା କରିଛି ବୋଲି କହିଛନ୍ତି ମୃତ ସୁଦର୍ଶନଙ୍କ ପୁଅ ।

Leave A Reply

Your email address will not be published.