ଚନ୍ଦନ ଗଛ ଚୋର ପୁଣି ସକ୍ରିୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଅଞ୍ଚଳରେ ଦିନ ଦିନକୁ ଚୋରମାନଙ୍କ ପ୍ରାଦୁର୍ଭାବ ବଢି ଚାଲିଛି । ଗତକାଲି ରାତିରେ ସର୍ଗିବାହାଲ ଆଦିବାସୀ ନୋଡାଲ ବିଦ୍ୟାଳୟ ପରିସରରୁ କେହି ଦୁର୍ବୁତ୍ତ ଚନ୍ଦନ ଗଛ କାଟି ନେଇଯାଇଛି । ଚନ୍ଦନ କାଠର ଚାହିଦା, ଚୋରା ବଜାରରେ ବଢ଼ିବାରେ ଲାଗିଛି । କିପରି ରାତ୍ରି ଜଗୁଆଳି ଥାଇ ମୂଲ୍ୟବାନ ଗଛ ଚୋରି ହେଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଜଗୁଆଳି ଉପସ୍ଥିତ ଥିଲେ ନା ନାହିଁ, ଯଦି ଥିଲେ ଏତେବଡ଼ ଗଛ ଚୋରି ହେଲା ଜାଣି ପାରିଲେଣି କେମିତି ? ମଙ୍ଗଳବାର ରାତିରେ ସର୍ଗିବାହାଲ ନିକଟସ୍ଥ ଇଚ୍ଛାପାଲି ଗ୍ରାମରୁ ପ୍ରାୟ ଏକ ଲକ୍ଷ ଟଙ୍କାର ମୂଲ୍ୟବାନ ଚନ୍ଦନ ଗଛ କେହି ଚୋରି କରି ନେଇଥିଲା ବୋଲି ମଧ୍ୟ ଶୁଣାଯାଉଛି । ଚନ୍ଦନ ଗଛର ଚୋର ଉପଦ୍ରବ ଏମିତି ହେଲାଣି ଯେ ଲୋକେ ଘରେ ଚନ୍ଦନ ଗଛ ଲଗାଇବାକୁ ଡ଼ରୁଛନ୍ତି । ହିନ୍ଦୁ ଦେବାଦେବୀ ପାଖରେ ଚନ୍ଦନ ଲାଗୁଥିବାରୁ ଲୋକେ ଘରେ ଶ୍ରଦ୍ଧାରେ ଏହି ଗଛକୁ ଲଗାଇଥାନ୍ତି । ହେଲେ ଚୋର ଉପଦ୍ରବ ଯୋଗୁ ଲୋକେ ଘରେ ଏହିଗଛ ଲଗାଇବା ପାଇଁ ଭୟ କଲେଣି । ଏହା ପୂର୍ବରୁ ପାଇକମାଲ ଅଞ୍ଚଲରେ ମଧ୍ୟ ଚନ୍ଦନ ଗଛ ୪ ଥର ଚୋରି ହେଲାଣି । ହେଲେ ପୋଲିସ ଚୋରର ଟେର୍‌ ପାଉନାହିଁ । ତେଣୁ ଚୋରମାନଙ୍କର ମନୋବଳ ବଢି ବଢି ଚାଲିଛି । ବନବିଭାଗ ମଧ୍ୟ ଟେର୍‌ ପାଉନାହିଁ । କାହାର ସହଯୋଗରେ ଏମାନେ ଏତେ ସହଜରେ ଚୋରି କରୁଛନ୍ତି ବୋଲେ ଲୋକେ ପ୍ରଶ୍ନ କଲେଣି । ଚୋରି ହୋଇଥିବା ସର୍ଗିବାହଲ ସ୍କୁଲର ଗଛ ସମ୍ବଂଧରେ ଏବେ ଯାଏଁ ଅଭିଯୋଗ ହୋଇନାହିଁ, ଏହା ଭିତିରି କାରଣ କ’ଣ ଲୋକେ ପ୍ରଶ୍ନ କରୁଛନ୍ତି । ବନବିଭାଗର ଘେସଁ ରେଞ୍ଜର ଜଣାଛନ୍ତି, ତାଙ୍କ ଅଧିକାରୀମାନେ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି ଓ ସେ ଜଣାଇଛନ୍ତି ବିଦ୍ୟାଳୟ ପକ୍ଷରୁ ଅଭିଯୋଗ ନହେଲେ ସେମାନେ ବନବିଭାଗ ପକ୍ଷରୁ ଏକ ଅଭିଯୋଗ ଦାୟର କରିବେ ।

Leave A Reply

Your email address will not be published.