centurian jitm

ମେଡିକାଲ କ୍ୟାମ୍ପସରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ୱର : ମେଡିକାଲ କ୍ୟାମ୍ପସ ଭିତରୁ ମିଳିଲା ଝୁଲନ୍ତା ମୃତଦେହ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ରେଲଓ୍ୱେ ମେଡିକାଲ କ୍ୟାମ୍ପସ ଭିତରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତ ଯୁବକଙ୍କ ନାମ ସୀମାଞ୍ଚଳ ଭୋଇ ବୋଲି ଜଣାପଡିଛି । ଖବର ଯୋଗ୍ୟ ଯେ ଶନିବାର ସକାଳ ସମୟରେ କିଛି ଲୋକ ମେଡିକାଲ କ୍ୟାମ୍ପସ ଦେଇ ଯାଉଥିଲେ । ଏହି ସମୟରେ କ୍ୟାମ୍ପସ ମଧ୍ୟରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବାର ଦେଖିଥିଲେ ଲୋକ । ଏହାପରେ ତୁରନ୍ତ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି । ପୋଲିସର ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା କରିଥିବା ଯୁବକଙ୍କ ନାମ ସୀମାଞ୍ଚଳ ଭୋଇ ବୋଲି ଜଣାପଡିଛି । ସେ ରେଳବାଇ ମେଡିକାଲରେ ଆମ୍ବୁଲାନ୍ସ ହେଲ୍‌ପର୍‌ ଭାବେ କାମ କରିଆସୁଥିଲେ । ତେବେ ଆତ୍ମହତ୍ୟା କଣ ପାଇଁ କରିଲେ, ସେନେଇ କୌଣସି କାରଣ ଜଣାପଡିନାହିଁ । ପୋଲିସର ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ସଠିକ୍‌ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.