jsm

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମୁଖିଗୁଡାର ପଞ୍ଚତ୍ରିଂଶତ୍ତମ ବାର୍ଷିକ ଉତ୍ସବ

csstore

ଜୟପାଟଣା, (ଶେଷଦେବ ବେହେରା) : ଗତ ତା -୨୨-୧୨-୨୦୨୩ ରିଖ ଶୁକ୍ରବାର ଦିନ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପଞ୍ଚତ୍ରିଂଶତ୍ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ସ୍ଥାନୀୟ +୩ ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ବିଭାଗର ଅଧ୍ୟାପକ ମାନସ ରଞ୍ଜନ ପଣ୍ଡା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଆଜିର ସମାଜରେ ଶିକ୍ଷା କ୍ଷେତ୍ରରେ ଏକ ତୁଙ୍ଗ ସ୍ଥାନର ଅଧିକାରୀ ବୋଲି ତାଙ୍କର ବକ୍ତବ୍ୟରେ ପ୍ରତିପାଦନ କରିଥିବା ବେଳେ, ସମ୍ମାନିତ ଅତିଥି ପ୍ରମୋଦ କୁମାର ଠାକୁର ଶିକ୍ଷକ ତଥା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜୟପାଟଣା ଖଣ୍ଡର ଖଣ୍ଡ ସଂଘ ଚାଳକ ଶିଶୁ ମନ୍ଦିରର ପରିଚୟକୁ ସ୍ପଷ୍ଟ ସମାଜ ଆଗରେ ସ୍ପଷ୍ଟ କରିଥିଲେ । ସମ୍ପାଦକ ମୁରଲୀଧର ସାହୁ ବିଦ୍ୟାଳୟର ବିବରଣୀ ପାଠ କରିଥିଲେ ଓ ପ୍ରଧାନ ଆଚାର୍ଯ୍ୟ ଅଜୟ କୁମାର ପାଢ଼ୀ ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଶିଶିର କୁମାର ସାହୁ ଅଧ୍ୟକ୍ଷତା କରିଥିଲେ ଓ ଆଚାର୍ଯ୍ୟ ମଳୟ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ ତଥା ସମସ୍ତ ଗୁରୁଜୀ ଗୁରୂମାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

yuvodaya
Leave A Reply

Your email address will not be published.