pakka

ମହାନଦୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

bbehera

ତିଗିରିଆ : ତିଗିରିଆ ଥାନା ଅନ୍ତର୍ଗତ ବଡ଼ନାଉପୁଟ ପଞ୍ଚାୟତର ବଉଳାଙ୍ଗ ଗ୍ରାମର ଜଣେ ବୃଦ୍ଧା ଶୌଚ ହେବାଲାଗି ମହାନଦୀକୁ ଯାଇ ପାଣିରେ ବୁଡ଼ି ପ୍ରାଣ ହରାଇଥିବା ଜଣାପଡ଼ିଛି । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହିତ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇଛି । ସୂଚନା ଅନୁଯାୟୀ, ବଉଳାଙ୍ଗ ଗ୍ରାମର ସ୍ୱର୍ଗତ ସତ୍ୟାନନ୍ଦ ମହାନ୍ତିଙ୍କ ପତ୍ନୀ ଦୁଃଖି ବେୱା(୮୦) ଗୁରୁବାର ଭୋର ସମୟରେ ଗାଁକୁ ଲାଗିଥିବା ବନ୍ଧବାଡ଼ ତଳକୁ ଓହ୍ଲାଇ ମହାନଦୀକୁ ଶୌଚ ହେବାକୁ ଯାଇଥିଲେ । ତେବେ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ । ପରେ ନଦୀକୁ ଯାଇଥିବା ସନ୍ଦେହ କରି ମହାନଦୀକୁ ଯାଇ ଖୋଜା ଖୋଜି କରିବା ପରେ ବୃଦ୍ଧା ଜଣକ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ । ପରିବାର ଲୋକେ ଶବକୁ ଉଦ୍ଧାର କରିଥିଲେ । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୁଚିତ୍ରା ଜେନା କହିଛନ୍ତି ।

Leave A Reply

Your email address will not be published.

5 × three =