pakka

ରାଉରକେଲା ଆଇନ ମହାବିଦ୍ୟାଳୟର ବାର୍ଷିକୋତ୍ସବ ‘ସ୍ଲାଶ’ ଉଦ୍‌ଘାଟିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟର ଦୁଇ ଦିନିଆ ବାର୍ଷିକୋତ୍ସବ ‘ସ୍ଲାଶ’ ଆଜି ମହାବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦେବେନ୍ଦ୍ର ନାଥ ବେହେରାଙ୍କ ସଭାପତିତ୍ୱ ଓ ଛାତ୍ର ସଂସଦର ସଭାପତି ସତ୍ୟଜିତ ମିଶ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷାମନ୍ତ୍ରୀ ଇଂ ରୋହିତ ପୂଜାରୀ ମୁଖ୍ୟ ଅତିଥି, ମହାବିଦ୍ୟାଳୟର ପରିଚାଳନା ସମିତିର ସଭାପତି ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, କାର୍ଯ୍ୟକାରୀ ସଭାପତି ସଂଜୀବ କୁମାର ମହାନ୍ତି, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ପ୍ରଭାବତୀ ଗୁରୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅଧ୍ୟକ୍ଷ ଡ. ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଆବାହକ ଶ୍ରୀ ମିଶ୍ର ମହାବିଦ୍ୟାଳୟ ପୂର୍ବରୁ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ମହାବିଦ୍ୟାଳୟ ସଂପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ନାୟକ ମହାବିଦ୍ୟାଳୟର କାର୍ଯ୍ୟକ୍ରମ ସହ ନୟାବଜାର ଅଂଚଳରେ ଆଇନ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅଧ୍ୟାପିକା ସମ୍ପାଦିକା ମହାନ୍ତି ମୁଖ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଇଂ ପୂଜାରୀ କହିଲେ ଯେ, ରାଉରକେଲା ହେଉଛି ଭଲ ଟ୍ରେନିଂ ପଡିଆ । ମହାବିଦ୍ୟାଳୟରେ ଏଲଏଲ୍ଏମ ଓ ଇଣ୍ଟ୍ରିଗ୍ରେଟେଡ ଲ ଖୋଲିବାକୁ ଚେଷ୍ଟା କରାଯିବ । ସେହିପରି ରାଉରକେଲାର ଯେଉଁ ଋଣ ମୋ ଉପରେ ଅଛି ତାକୁ ସୁଝିବାକୁ ଚେଷ୍ଟା କରିବି । ମୋନାଲିସା ସାହୁ ଓ ଶୁଭମ ଓରାମଙ୍କ ମଂଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରିତୁ ଅଗ୍ରୱାଲ ଗଣେଶ ବନ୍ଦନା ଗାନ କରିଥିବା ବେଳେ ସ୍ୱାଗତିକା, ସଂଗୀତା, ଲିପ୍ସା, ଆଞ୍ଚଲ, ସୁଚିସ୍ମିତା, ରେଣୁ ପ୍ରମୁଖ ସ୍ୱାଗତ ସଂଗୀତ ଗାନ କରିଥିଲେ । ଏହି ଅବସରରେ ପୂର୍ବରୁ କରାଯାଇଥିବା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମହାବିଦ୍ୟାଳୟର ଅଧ୍ୟାପିକା ଡ. ସମ୍ପାଦିକା ମହାନ୍ତି, ଡ. ପ୍ରଜ୍ଞା ପରିମିତା ପଣ୍ଡା, ତନ୍ମୟରାଜ ପାଢୀ, ଡ. ଦିବ୍ୟେନ୍ଦୁକୁମାର ପଣ୍ଡା, ମନୋରଞ୍ଜନ ମହାନ୍ତି, ଆଲୁମନି ଆସୋସିଏସନ୍‌ର ସଭାପତି ଡ. ସୁମନ ଦତ୍ତ, ସାଧାରଣ ସଂପାଦକ ତ୍ରିଲୋକିନାଥ ପାଣ୍ଡେ, ବବିତା ମହାପାତ୍ର, ଲୋକ ସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ, ଦେବାଶିଷ ମହାନ୍ତି, ସୁରେଶ ମାଝୀ, ଗିରିଶ ମହାପାତ୍ର, ଆରତୀ ଚୌଧୁରୀ, ବିଭୁତି ଭୂଷଣ ପୁହାଣ, ସୁଜାତା ନାୟକ, ଦେବାଶିଷ ବେହେରା, ଲକ୍ଷ୍ମୀପ୍ରିୟା ସାହୁ, ଅକ୍ଷୟ ଦାଶ, ଅଜୟ ପାଣିଗ୍ରାହୀ, ନନ୍ଦକିଶୋର ମାହାତୋ, ହୃଦୟ ରଂଜନ ମହାନ୍ତି, ଆୟୁସ୍ମାନ ସାହୁ, ରାମ ବଣିଆ, ନିତ୍ୟାନନ୍ଦ ବିଶୋଇ, ଦେବକି କାରୁଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଛାତ୍ରୀମାନଙ୍କ ମଧ୍ୟରେ ଅନିଶା, ରିଙ୍କି, ଅପର୍ଣ୍ଣା, ରିୟା, ନନ୍ଦିନୀ, ପଦ୍ମିନୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଲୁମନି ସଭାପତି ଶ୍ରୀ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

3 + 13 =