କୂଅ ଭିତରେ ପଡିଯାଇ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର, (ସୁଶାନ୍ତ କୁମାର ସାହୁ) : ଭୁବନେଶ୍ୱର ଶ୍ରୀରାମନଗରରେ କୂଅ ଭତରେ ପଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀ ପହଁଞ୍ଚି ମୃତ ଦେହ ଉଦ୍ଧାର କରିଥିବା ଜଣାପଡିଛି । ମୃତ ମହିଳା ଜଣକ ସେଠାରେ ଭଡା ଘରେ ରହୁଥିଲେ । କେଉଁ କାରଣରୁ ସେ କୂଅରେ ପଡିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ଜଣାପଡିନାହିଁ । ତେବେ ସେ ମୋବାଇଲରେ କଥା ହେଉଥିବା ବେଳେ ଅନ୍ୟ ମନଷ୍କ ଥିବା କାରଣରୁ ପଡି ଯାଇଥିବେ ବୋଲି ସନ୍ଦେହ କରାଯାଉଛି ।

Leave A Reply

Your email address will not be published.

1 + two =