ଚାଷ ଜମିରୁ ମୃତଦେହ ଉଦ୍ଧାର

ବାଲିପାଟଣା : ବାଲିପାଟଣା ଥାନା ଅଞ୍ଚଳର ବୋଧଖଣ୍ଡି ଧନୁଆ ନଈ କୂଳରୁ ଆଜି ସକାଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଶିଶିଲୋ ଗ୍ରାମର ୧୯ ବର୍ଷୀୟ ଯୁବକ ଆଶିଷ ଓଝା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ବୁଧବାର ରାତିରେ ଶିଶିଲୋ ଗ୍ରାମର ଆଶିଷ ଓଝାଙ୍କୁ ତାଙ୍କର ସାଙ୍ଗମାନେ ଗାଁ ମୁଣ୍ଡରେ ଥିବା ପୋଖରୀ ନିକଟକୁ ଡାକିଥିଲେ । ଦୀର୍ଘ ସମୟ ଧରି ଆଶିଷ ଆଉ ଘରକୁ ଫେରି ନଥିଲେ । ଫଳରେ ଡେରି ହେବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ କିନ୍ତୁ କୌଣସି ସନ୍ଧାନ ପାଇ ନଥିଲେ । ଆଜି ସକାଳୁ ସ୍ଥାନୀୟ ଲୋକେ ବୋଧଖଣ୍ଡି ଧନୁଆ ନଈ କୂଳକୁ ଗାଧୋଇବାକୁ ଆସିବା ବେଳେ ଆଶିଷଙ୍କ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ ଯୁବକଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.

8 + 15 =