pakka

ହାତୀ ଉପଦ୍ରବ : ଘର ଭାଙ୍ଗି ଖାଇଗଲେ ଭାତ, ଅଳ୍ପକେ ବର୍ତ୍ତିଲେ ବାପ-ପୁଅ

bbehera

ତେଲକୋଇ : ଖାଦ୍ୟ ଅନ୍ଵେଷଣରେ ଗାଁ ମୁହାଁ ହାତୀପଲ । ଭୋକ ବିକଳରେ ଘର ଭାଙ୍ଗି ଖାଇଗଲେ ଭାତ । ତେଲକୋଇ ରେଞ୍ଜରେ ଦୀର୍ଘ ଦିନ ହେବ ହାତୀପଲଙ୍କ ଉପଦ୍ରବ ଥମିବାର ନାଁ ଧରୁନି । କେତେବେଳେ ଘର ଭାଙ୍ଗୁଛନ୍ତି ତ ଆଉ କେତେବେଳେ ଲୋକଙ୍କ ଜୀବନ ନେବା ସହ ଆକ୍ରମଣ ମଧ୍ୟ କରୁଛନ୍ତି । ଗତକାଲି ବିଳମ୍ବିତ ରାତିରେ ବିମଳା ଫରେଷ୍ଟ ବିଟ୍‌ର ଆକୁଳ ପଞ୍ଚାୟତ ବନବିହାରିପୁର ଗାଁରେ ୩ ଟିକିଆ ହାତୀପଲ ପଶି ଉପଦ୍ରଵ କରିଥିଲେ । ଗାଁର ଶତ୍ରୁ ମୁଣ୍ଡାଙ୍କ ଘର ଭାଙ୍ଗି ଭାତ ଖାଇ ଯାଇଥିଲେ ହାତୀପଲ । ଘର ଭିତରେ ବାପ-ପୁଅ ଶୋଇଥିବା ବେଳେ ହାତୀପଲ ଶୁଣ୍ଢ ବଢାଇ ସେମାନଙ୍କୁ ଟାଣିବାକୁ ଚେଷ୍ଟା କରିଥିଲା । ତେବେ ହାତୀପଲ ଘର ଭାଙ୍ଗିବା ଦେଖି ସାହି ଲୋକ ପହଞ୍ଚି ହାତୀପଲଙ୍କୁ ଘଉଡ଼ାଇବା ଫଳରେ ବାପ-ପୁଅ ଅଳ୍ପକେ ବର୍ତ୍ତି ଯାଇଥିଲେ । ତେଲକୋଇ ରେଞ୍ଜରେ ହାତୀପଲଙ୍କ ଉପଦ୍ରବ ଦିନକୁ ଦିନ ବଢିବାରେ ଲାଗିଛି । ଆଗକୁ ବନବିଭାଗ ହାତୀପଲଙ୍କୁ ନ ଘଉଡାଇଲେ ହାତୀପଲ ଲୋକଙ୍କ ଆକ୍ରୋଶର ଶିକାର ହେବାର ସମ୍ଭାବନା ରହିଛି । ସେଥିପାଇଁ ବନବିଭାଗ ଦାୟୀ ରହିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.

9 + nine =