pakka

ନଦୀରେ ବୁଡି ତିନି ଜଣ ନିଖୋଜ ଘଟଣା : ମିଳିଳା ଦୁଇ ଜଣଙ୍କ ମୃତ ଦେହ

bbehera

ସୁନ୍ଦରଗଡ଼ : ଇବନଦୀ ସେମନାଘାଟରେ ବୁଡି ତିନି ଜଣ ନିଖୋଜ ଘଟଣା । ମିଳିଳା ଦୁଇ ଜଣଙ୍କ ମୃତ ଦେହ । ଅଗ୍ନିଶମ ବାହିନୀ ପକ୍ଷରୁ ଚଲିଛି ଉଦ୍ଧର କାର୍ଯ୍ୟ । ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ସହର ରିଜେଣ୍ଟମାର୍କେଟରୁ ପରିବାର ସହ ଭୋଜି କରିବା ପାଇଁ ସେମନାକୁ ଯାଇଥିଲେ । ଭୋଜି ସାରି ଇବନଦୀରେ ଗାଧୋଇବା ପାଇଁ କାକା ଏବଂ ଦୁଇ ପୁତୁରା ଯାଇଥିଲେ । ତିନି ଜଣ ନଦୀରେ ଗାଧୋଇବା ବେଳେ ହଠାତ୍‌ ନଦୀ ପାଣିରେ ବୁଡି ଯାଇଥିଲେ । ତେବେ ଘଟଣା ସଂପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜା ଖୋଜି କରିଥିଲା । ରାତି ହେବାରୁ ଅପରେସନରେ ବାଧା ସୃଷ୍ଟି ହୋଇଥିଲା । ହେଲେ ରବିବାର ଦିନ ସକାଳୁ ସକାଳୁ ଦୁଇଜଣଙ୍କ ମୃତଦେହ ଠାବ କରିଛି ଅଗ୍ନିଶମ ବହିନୀ । ଦୁଇ ମୃତକଙ୍କ ନାମ ଏମ୍‌ ଡି ଫରାନ ଓ ରିଜୁଆନ ବୋଲି ଜଣା ପଡିଛି । ବାକି ଆଉ ଜଣେ ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ଜଣା ପଡିଛି । ସମସ୍ତେ ଗୋଟଏ ପରିବାରର ବୋଲି ଜଣାପଡିଛି ।

jay balangir
Leave A Reply

Your email address will not be published.

2 × one =