pakka

କ୍ରିଷ୍ଟିନା ପାଇସ୍କୋଭାଙ୍କୁ ମିସ୍‌ ୱାର୍ଲ୍ଡ ମୁକୁଟ

bbehera

ମୁମ୍ବାଇ : ଚେକ୍ ରିପବ୍ଲିକ୍‌ର କ୍ରିଷ୍ଟିନା ପାଇସ୍କୋଭା ୭୧ତମ ମିସ୍ ୱାର୍ଲ୍ଡ ଟାଇଟଲ ହାସଲ କରିଛନ୍ତି । ଏହି ୨୪ ବର୍ଷୀୟ ସୁନ୍ଦରୀ ଆଜି ମୁମ୍ବାଇରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମିସ୍ ୱାର୍ଲ୍ଡ ମୁକୁଟ ଜିତିଛନ୍ତି । ବହୁ ପ୍ରତୀକ୍ଷିତ ଗ୍ରାଣ୍ଡ ଫିନାଲେ ମୁମ୍ବାଇର ପ୍ରତିଷ୍ଠିତ ଜିଓ ୱାର୍ଲ୍ଡ କନ୍‌ଭେନସନ ସେଣ୍ଟରରେ ଅନୁଷ୍ଠିତ ହୋଇଥିବା ବେଳେ କ୍ରିଷ୍ଟିନା ୧୧୫ଟି ଦେଶର ପ୍ରତିଯୋଗୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଗତବର୍ଷର ମିସ୍ ୱାର୍ଲ୍ଡ ବିଜେତା ପୋଲାଣ୍ଡର କାରୋଲିନା ବିଲାସ୍କା କ୍ରିଷ୍ଟିନାଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ ମୁକୁଟ ପିନ୍ଧାଇଥିଲେ । ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଲେବାନନ୍‌ର ୟାସ୍ମିନା ଜାଏତୁନ୍ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି ।

Leave A Reply

Your email address will not be published.

10 + eight =