pakka

ମେରା ପେହଲା ଭୋଟ୍ ଦେଶ କେ ଲିୟେ ଅଭିଯାନ

bbehera
  • ବାଲୁକା କଳା ମାଧ୍ୟମରେ ଯୁବ ମତଦାତାଙ୍କୁ ମତାଧିକାର ସାବ୍ୟସ୍ତ ଲାଗି ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର, (ପିଆଇବି) : ପ୍ରଥମ ଥର ପାଇଁ ମତଦାତା ତାଲିକାରେ ସ୍ଥାନ ପାଇଥିବା ଯୁବ ମତଦାତାଙ୍କୁ ମତଦାନର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ଲାଗି ଆଗେଇ ଆସିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ କରିଛନ୍ତି । ଏଥି ନିମନ୍ତେ ଦେଶ ବ୍ୟାପୀ “ମେରା ପେହଲା ଭୋଟ୍ ଦେଶ କେ ଲିୟେ” (ମୋର ପ୍ରଥମ ଭୋଟ୍ ଦେଶ ପାଇଁ) ଅଭିଯାନ ଚାଲିଛି । ଅଭିଯାନରେ ବିଭିନ୍ନ ବର୍ଗର ଜନସାଧାରଣ ସାମିଲ ହୋଇ ଯୁବ ମତଦାତାମାନଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ବହୁ ସଂଖ୍ୟାରେ ମତଦାନ କରିବା ଲାଗି ଆଗେଇ ଆସିବାକୁ ସଚେତନ କରୁଛନ୍ତି । ଏହି କ୍ରମରେ ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକା କଳାକୃତି ଗଢ଼ିଛନ୍ତି । ନିଜର କଳାକୃତି ମାଧ୍ୟମରେ ସେ ଯୁବ ତଥା ପ୍ରଥମ ଥର ପାଇଁ ମତଦାତା ହୋଇଥିବା ନାଗରିକମାନଙ୍କୁ ବହୁସଂଖ୍ୟାରେ ମତଦାନ କରିବା ପାଇଁ ବାର୍ତ୍ତା ଦେଇଛନ୍ତି । ସୂଚନାଯୋଗ୍ୟ ଦେଶର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ମଧ୍ୟ “ମେରା ପେହଲା ଭୋଟ୍ ଦେଶ କେ ଲିୟେ” ଅଭିଯାନ କାର୍ଯ୍ୟକାରୀ ହେଉଛି ।

jay balangir
Leave A Reply

Your email address will not be published.

3 × 2 =