ଦନ୍ତା ଆକ୍ରମଣରେ ମହିଳା ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୋଇଡା ବନ ବିଭାଗ ଅନ୍ତର୍ଗତ କୁସୁମୁଣ୍ଡି ଗ୍ରାମର ପୁଣ୍ଡୁପୋଖରୀ ସାହିଁରେ ପରିବାର ଲୋକଙ୍କ ସାମ୍ନାରେ ଜଣେ ମହିଳାଙ୍କୁ କଚାଡି ମାରିଛି ଦନ୍ତା । ମୃତ ମହିଳା ଜଣକ ହେଲେ ଇତୱାରୀ ବଦ୍ରା(୩୯) । ଗତକାଲି ରାତିରେ ସେ ପରିବାର ସହ ଘରେ ଶୋଇଥିଲେ । ରାତି ପ୍ରାୟ ୩ଟା ସମୟରେ ଏକ ଦନ୍ତା ପୁଣ୍ଡୁପୋଖରୀ ସାହିକୁ ଖାଦ୍ୟ ଅନ୍ୱେଷଣରେ ପଶି ଆସିଥିଲା । ଲୋକଙ୍କ ପାଟି ଶୁଣି ଉଠି ପଡିଥିଲେ ଇତୱାରୀ । ଗ୍ରାମବାସୀ ଦନ୍ତାକୁ ଘୋଉଡାଇବା ସମୟରେ ନିଜ ଜୀବନ ବଞ୍ଚାଇବା ପାଇଁ ଇତୱାରୀ ଦୌଡି ପଳାଉଥିଲେ । ଦନ୍ତା ତାଙ୍କୁ ଦେଖି ଶୁଣ୍ଢରେ ଟେକି କଚାଡି ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ହାତୀ ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିବା ବେଳେ ଘଟଣା ସ୍ଥଳରେ ବନ ବିଭାଗର ଏକ ଟିମ୍‌ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି କୋଇଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ମୃତକଙ୍କ ପରିବାରକୁ ବନ ବିଭାଗ ପକ୍ଷରୁ ୬୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ବାକି ଅର୍ଥ ପ୍ରଦାନ କରାଯିବ ବୋଲି ଜଣା ପଡିଛି ।

Leave A Reply

Your email address will not be published.

5 × 2 =

error: Content is protected !!