pakka

ଅଜଣା ଗାଡ଼ି ଧକ୍କାରେ ସାଇକେଲ୍ ଆରୋହୀ ମୃତ

bbehera

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ୧୬ ନମ୍ଵର ଜାତୀୟ ରାଜପଥ ବନ୍ଦାଳ ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଘଟଣାସ୍ଥଳରେ ବଡ଼ଚଣା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ସୂଚନାନୁଯାୟୀ, ବନ୍ଦାଳ ଗ୍ରାମର ବିଜୟ କୁମାର ମହାନ୍ତି ସାଇକେଲ୍ ଯୋଗେ ଛତିଆ ଯିବା ସମୟରେ ତାଙ୍କୁ ପଛପଟୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବିଜୟଙ୍କ ମୃତ୍ୟୁ ଘଟିଛି । ଖବର ପାଇ ବଡ଼ଚଣା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏହି ଦୁର୍ଘଟଣା କିଏ ଘଟାଇଲା ସେନେଇ ଅଧିକ ତଦନ୍ତ କରୁଛି ପୋଲିସ ।

jay balangir
Leave A Reply

Your email address will not be published.

nine + 8 =